କନକ ବ୍ୟୁରୋ : ଚିନ୍ତାରେ ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟ ଆଇଟି କର୍ମଚାରୀ । ଚାକିରି ହରାଇଲେଣି ବହୁ ଭାରତୀୟ । ଆମେରିକାରେ ବଡ଼ ବଡ଼ କମ୍ପାନୀ ଗୁଗୁଲ, ମାଇକ୍ରୋସପ୍ଟ, ଫେସବୁକ୍, ଆମାଜନ୍ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଆମେରିକାରେ ରହିବାକୁ ହେଲେ ସେମାନଙ୍କୁ ୬୦ ଦିନରେ ନୂଆ ଚାକିରି ଯୋଗାଡ଼ କରିବାକୁ ପଡ଼ିବ ।

Advertisment

ଏହି ସମୟ ମଧ୍ୟରେ ଚାକିରି ନମିଳିଲେ, ଘରକୁ ଫେରିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଭିସା ଅବଧି ଶେଷ ହେବାର ୧୦ ଦିନ ଭିତରେ ସେମାନଙ୍କୁ ଆମେରିକା ଛାଡିବାକୁ ପଡ଼ିବ । ଗତ ବର୍ଷ ନଭେମ୍ବର ପରଠୁ ଆମେରିକା ପ୍ରଯୁକ୍ତି ଶିଳ୍ପରେ ଦୁଇ ଲକ୍ଷ ଆଇଟି କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ ।

ଆମେରିକାରେ ଛଟେଇ
ଚିନ୍ତାରେ ଭାରତୀୟ

- ଗତବର୍ଷ ନଭେମ୍ବରରେ ପାଖାପାଖି ୨ ଲକ୍ଷ ଆଇଟି ପ୍ରଫେସନାଲଙ୍କୁ ବିଦା କରାଯାଇଛି
- ଗୁଗୁଲ, ମାଇକ୍ରୋସଫ୍ଟ, ଆମାଜନ୍, ଫେସ୍ବୁକ୍ ପରି କମ୍ପାନୀ ଛଟେଇ କରିଛନ୍ତି
- ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୩୦ରୁ ୪୦ ପ୍ରତିଶତ ଭାରତୀୟ
- ଏଚ୍ ୧-ବି ଓ ଏଲ୍ ୧ ଭିସା ବଳରେ ସେମାନେ ଆମେରିକାରେ ରହୁଛନ୍ତି
- ଆଇଟି, ଆର୍କିଟେକ୍ଚର ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏଚ୍ ୧-ବି ଭିସା ଦିଆଯାଏ
- ନିଯୁକ୍ତି ଅଫର ମିଳିବାର ତକ୍ରାଳ ଏହି ଭିସା ପ୍ରଦାନ କରାଯାଏ
- ଚାକିରିରୁ ବାହା କରାଗଲେ କିମ୍ବା ନୂଆ ନିଯୁକ୍ତି ନମିଳିଲେ ଭିସା ଅବଧି ଶେଷ ହୋଇଥାଏ
- ଏଲ୍ ୧ ଭିସା ଅଧିନରେ ବର୍ଷକ ପାଇଁ କର୍ମଚାରୀଙ୍କୁ ଆମେରିକା ପଠାଇଥାଏ କମ୍ପାନୀ
- ସ୍ଥାୟୀ ଭାବେ ରହିବାକୁ ଯାଉନଥିବା କର୍ମଚାରୀ ଏହି ଭିସା ନେଇଥାନ୍ତି
- ଏଭଳି ଭିସା ରଖିଥିବା କର୍ମଚାରୀ ଚାକିରି ପାଇଁ ଆମେରିକାରେ ସଂଘର୍ଷ କରୁଛନ୍ତି
- ଜାଗା କିଣିଥିବା ଓ ପିଲାଙ୍କୁ ପାଠ ପଢାଉଥିବା ଲୋକେ ଏବେ ଚିନ୍ତାରେ
- ଘର ବିକ୍ରି କରି ସ୍ୱଦେଶ ଫେରିବାକୁ ଅନେକ ପ୍ରସ୍ତୁତ ହେଲେଣି