ପ୍ରବାସୀ ଭାରତୀୟଙ୍କ ଘରବାହୁଡା ଆରମ୍ଭ। ବାହାରିନି, ଦୁବାଇରୁ ୩ଟି ବିମାନରେ ଆସିଲେ ଭାରତୀୟ। ସମସ୍ତେ ବାଧ୍ୟତାମୂଳକ ଭାବେ ରହିବେ ସଙ୍ଗରୋଧ କେନ୍ଦ୍ରରେ

୧୨ଟି ଦେଶରୁ ହେବେ ଉଦ୍ଧାର

917

କନକ ବ୍ୟୁରୋ: ବିଦେଶରୁ ପ୍ରବାସୀ ଭାରତୀୟଙ୍କ ଘରବାହୁଡା ଆରମ୍ଭ ହୋଇଛି । ବାହାରିନ ଓ ଦୁବାଇରୁ ଶତାଧିକ ପ୍ରବାସୀ । ଗତକାଲି ଦୁବାଇରୁ ଦୁଇଟି ବିମାନ ୩୫୯ ଜଣଙ୍କୁ ନେଇ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିଥିବାବେଳେ ବାହାରିନରୁ ୧୮୨ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ କେରଳର କୋଚି ଅନ୍ତର୍ଜାତିୟ ବିମାନବନ୍ଦରରେ ପଂହଚିଛି । ସେହିଭଳି ୃସିଙ୍ଗାପୁରରେ ଫଶିଥିବା ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସିଛି ବିମାନ ।

ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବାକୁ ଏୟାର ଇଣ୍ଡିଆ ବଡ ଧରଣର ଉଦ୍ଧାର ଅଭିଯାନ ଆରମ୍ଭ କରିଛି । ମେ ତାରିଖରୁ ୧୪ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ୧୨ଟି ଦେଶରୁ ୬୪ଟି ବିମାନରେ ଏହି ଉଦ୍ଧାର କାମ ହେବ । ଭାରତ ଆସୁଥିବା ପ୍ରବାସୀଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ, ଦେଶରେ ବଢୁଛି କରୋନା ସଂକ୍ରମଣ । ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୁମ୍ବାଇରୋ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ହେବାରେ ମାତ୍ର ୯ ଦଶମିକ ୮ ଦିନ ଲାଗୁଛି । ବର୍ତମାନ ସୁଦ୍ଧା ଦେଶରେ ୫୬ ହଜାର ୩୪୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୮ ଶହ ୮୬ ଜଣ ପ୍ରାଣ ହରାଇସାରିଲେଣି ।ଆଉ ସୁସ୍ଥ ହୋଇଛନ୍ତି ୧୬ ହଜାର ୫୪୦ । ତେବେ ଆଶ୍ୱସ୍ତିକର ଖବର ହେଲା ବର୍ତମାନ ସୁଦ୍ଧା ୨୧୬ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ବାହାରିନାହାନ୍ତି ।