ଆମେରିକା-ଚୀନ୍ ବ୍ୟବସାୟ ପରିଷଦ ଏବଂ ଆମେରିକା-ଚୀନ୍ ସମ୍ପର୍କ ଉପରେ ଜାତୀୟ କମିଟି ଦ୍ୱାରା ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ରାତ୍ରୀ ଭୋଜନ ଆୟୋଜିତ ହୋଇଥିଲା । ଏହି ରାତ୍ରଭୋଜନରେ ଯୋଗଦେଇ ଜଣେ ଭାରତୀୟ ବଂଶୋଦ୍ଭବ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ।

Advertisment

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟରେ ଆମେରିକା ଗସ୍ତରେ ଯାଇ ୧୪ ନଭେମ୍ବରରେ ଆମେରିକାରେ ପହଞ୍ଚିଥିଲେ ।  ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତାଙ୍କର ସାକ୍ଷାତକୁ ସାରା ବିଶ୍ୱ ଉତ୍ସୁକ ନଜରରେ ଚାହିଁଥିଲା । ଏହି ଗସ୍ତ ସମୟରେ ଜିନପିଙ୍ଗ ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଆମେରିକୀୟ ବ୍ୟବସାୟୀମାନଙ୍କଙ୍କ ସହ ଏକ ବଡ଼ ରାତ୍ରୀଭୋଜନରେ ଯୋଗଦେଇଥିଲେ । ଏହି ରାତ୍ରଭୋଜନରେ ଜଣେ ଭାରତୀୟ ବ୍ୟବସାୟୀ ସମସ୍ତଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ହୋଇ ରହିଥିଲେ ।

ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ରାତ୍ରୀଭୋଜନର ଆୟୋଜନ ହୋଇଥିଲା । ଯାହା ଆମେରିକା-ଚୀନ୍ ବ୍ୟବସାୟ ପରିଷଦ ଏବଂ ଆମେରିକା-ଚୀନ୍ ସମ୍ପର୍କ ଜାତୀୟ କମିଟି ଦ୍ୱାରା ଆୟୋଜିତ ହୋଇଥିଲା । ଆପଲ୍ ସିଇଓ ଟିମ୍ କୁକଙ୍କ ବ୍ୟତୀତ ଆମେରିକୀୟ କମ୍ପାନୀର ବହୁ ପ୍ରସିଦ୍ଧ ବ୍ୟବସାୟୀଙ୍କ ସହ  ଭାରତୀୟ ମୂଳର ରାଜ ସୁବ୍ରମଣ୍ୟମ୍ ମଧ୍ୟ ଏହି ରାତ୍ରୀ ଭୋଜନରେ ଉପସ୍ଥିତ ଥିଲେ । ଫେଡେକ୍ସର ସିଇଓ ହେଉଛନ୍ତି ଭାରତୀୟ ମୂଳର ଏକମାତ୍ର ଆମେରିକୀୟ ବ୍ୟବସାୟୀ ଯିଏ ଏହି ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ ।

ଚୀନ୍ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ରାତ୍ରୀ ଭୋଜନରେ ଯୋଗଦେବା ଖବର ସାର୍ବଜନୀନ ହେବା ପରଠାରୁ ରାଜ ସୁବ୍ରମଣ୍ୟମ୍ ଚର୍ଚ୍ଚାରେ ରହିଆସିଛନ୍ତି । ରାଜଙ୍କୁ ଚଳିତ ବର୍ଷ ସମ୍ମାନଜନକ ‘ପ୍ରବାସୀ ଭାରତୀୟ ସମ୍ମାନ’  ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ହେଉଛି ଭାରତ ବାହାରେ ରହୁଥିବା  ଭାରତୀୟ ନାଗରିକଙ୍କୁ ଭାରତ ସରକାର  ଦେଇଥିବା ଏକ ନାଗରିକ ସମ୍ମାନ ।

ରାଜ କୋରିଅର ଫ୍ରାଞ୍ଚାଇଜ୍ ଫେଡେକ୍ସ କମ୍ପାନୀର ସିଇଓ ତଥା ସଭାପତି ଅଟନ୍ତି । ଗତ ମାସରେ କମ୍ପାନୀର ପ୍ରତିଷ୍ଠାତା ଡବ୍ଲୁ ସ୍ମିଥ ଏହି ପଦରୁ ଇସ୍ତଫା ଦେବା ପରେ ସେ ଏହି ପଦବୀ ଗ୍ରହଣ କରିଥିଲେ । ରାଜଙ୍କ ବ୍ୟତୀତ ସି ଜିନପିଙ୍ଗଙ୍କ ବ୍ୟକ୍ତିଗତ ରାତ୍ରୀ ଭୋଜନରେ ଆପଲ୍ ସିଇଓ ଟିମ୍ କୁକ୍, ଫାଇଜର ସିଇଓ ଆଲବର୍ଟ, ସେଲ୍ସଫୋର୍ସ ସିଇଓ ମାର୍କ ବେନିଫ୍, ବୋଇଙ୍ଗ ସିଇଓ ଷ୍ଟାନଲି ଡିଲ୍, ବ୍ଲାକଷ୍ଟୋନ ସିଇଓ ଷ୍ଟିଫେନ୍, ମାଷ୍ଟରକାର୍ଡର ମେରିଟ୍ ଜେନୋ ଯୋଗ ଦେଇଥିଲେ।

କିଛି ଅନୌପଚାରିକ ସୂତ୍ର କହୁଛି ଯେ ଯେ ଜିନପିଙ୍ଗଙ୍କ ସହ ରାତ୍ରୀ ଭୋଜନରେ ଯୋଗଦେବା ପାଇଁ ଏହି ବ୍ୟବସାୟୀମାନେ ୪୦,୦୦୦ ଡଲାର ଦେଇଛନ୍ତି । ଏ ଖବରର ସତ୍ୟାସତ କିଛି ଜଣାପଡିନାହିଁ ।

କିଏ ଏହି ରାଜ ସୁବ୍ରମଣ୍ୟମ  ?

ରାଜ ୧୪ ସେପ୍ଟେମ୍ବର ୧୯୬୭ ରେ କେରଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ରାଜେଶ ସୁବ୍ରମଣ୍ୟମ୍ ।  ସେ ପୂର୍ବତନ କେରଳ ଡିଜିପି ସି ସୁବ୍ରମଣ୍ୟମଙ୍କ ପୁତ୍ର ଅଟନ୍ତି । ସି ସୁବ୍ରମଣ୍ୟମ୍ ୧୯୯୧ ରୁ ୧୯୯୩  ପର୍ଯ୍ୟନ୍ତ କେରଳ ପୋଲିସର ମୁଖ୍ୟ ଥିଲେ । ତାଙ୍କ ମାଆ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ପ୍ରମୁଖ  ଅଧିକାରୀ ଥିଲେ । କେରଳର ପାଲକ୍କଡର ବାସିନ୍ଦା ରାଜ ସୁବ୍ରମଣ୍ୟମଙ୍କ ପରିବାର ୧୯୬୦ ଦଶକରେ ଥିରୁବନନ୍ତପୁରମ୍ ସ୍ଥାନାନ୍ତର ହୋଇଯାଇଥିଲେ । ଏଠାରେ ସ୍କୁଲ ଶିକ୍ଷା ସମାପ୍ତ କଲାପରେ ସେ ଆଇଆଇଟି ମୁମ୍ବାଇରୁ କେମିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ । ଏବଂ ପରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ । ସେଠାରେ ଉଚ୍ଚଶିକ୍ଷା ସମାପ୍ତ ପରେ ସେ ସେହିଠାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୯୧  ରେ ସୁବ୍ରମଣ୍ୟମ୍ ଫେଡେକ୍ସରେ ଯୋଗ ଦେଇଥିଲେ । ୨୦୨୦ ରେ ତାଙ୍କୁ  ଫେଡେକ୍ସ ନିଜ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲା । ଗତ ମାସରେ ସେ କମ୍ପାନୀର ସିଇଓ ଦାୟିତ୍ବ ଗ୍ରହଣ କରିଛନ୍ତି ।  ବର୍ତ୍ତମାନ ସେ କମ୍ପାନୀର ସିଇଓ ତଥା ସଭାପତି ଦାୟିତ୍ବ  ବ୍ୟତୀତ କମ୍ପାନୀରେ ତାଙ୍କର ଅନ୍ୟାନ୍ୟ ଭୂମିକା ମଧ୍ୟ ରହିଛି । ତାଙ୍କର ଦୁଇ ପୁଅ ଅର୍ଜୁନ ରାଜେଶ ଏବଂ ଭାଇ ରାଜୀବ ମଧ୍ୟ ଫେଡେକ୍ସ ସହିତ ଜଡିତ ଅଛନ୍ତି ।