ମାଗାଜିନରେ ପ୍ରକାଶିତ 'ଟାଇମ୍ 100 କ୍ଲାଇମେଟ' ତାଲିକାରେ ବିଶ୍ବର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସିଇଓ, ପ୍ରତିଷ୍ଠାତା, ସଂଗୀତଜ୍ଞ, ନୀତି ନିର୍ମାତା ଏବଂ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ । ୩୦ ନଭେମ୍ବରରୁ ୟୁଏଇରେ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ୨୦୨୩ ପୂର୍ବରୁ ଏହି ତାଲିକା ପ୍ରକାଶ ପାଇଛି ।

Advertisment

ଦୁନିଆର ସବୁଠାରୁ ପ୍ରସିଦ୍ଧ ପତ୍ରିକା ‘ଟାଇମ୍’ ଭାରତୀୟ ମୂଳର ନଅ ଜଣଙ୍କୁ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଏଥିମଧ୍ୟରେ ଓଲା ଇଲେକ୍ଟ୍ରିକ୍ ପ୍ରତିଷ୍ଠାତା ଭବୀଶ ଅଗ୍ରୱାଲଙ୍କ ଠୁ ନେଇ  ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଅନ୍ତର୍ଭୁକ୍ତ।

ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ କାର୍ଯ୍ୟ କରୁଥିବା ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଏକ ତାଲିକା ଟାଇମ୍ ମ୍ୟାଗାଜିନ ପ୍ରସ୍ତୁତ କରିଛି । ବ୍ୟବସାୟ ଜଗତରୁ ନେଇ ସଙ୍ଗୀତ ଜଗତ ପର୍ଯ୍ୟନ୍ତ ଲୋକମାନେ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରେ ଭାରତୀୟ ମୂଳର ନଅ ଜଣ ଆମେରିକୀୟ ଅଛନ୍ତି ।

ମାଗାଜିନରେ ପ୍ରକାଶିତ 'ଟାଇମ୍ 100 କ୍ଲାଇମେଟ' ତାଲିକାରେ ବିଶ୍ବର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସିଇଓ, ପ୍ରତିଷ୍ଠାତା, ସଂଗୀତଜ୍ଞ, ନୀତି ନିର୍ମାତା ଏବଂ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ । ୩୦ ନଭେମ୍ବରରୁ ୟୁଏଇରେ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ୨୦୨୩ ପୂର୍ବରୁ ଏହି ତାଲିକା ପ୍ରକାଶ ପାଇଛି ।

ଏହି ତାଲିକାରେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା, ଓଲା ଇଲେକ୍ଟ୍ରିକ୍ ପ୍ରତିଷ୍ଠାତା ଭବୀଶ ଅଗ୍ରୱାଲ, ରକଫେଲର୍ ଫାଉଣ୍ଡେସନ୍ ସଭାପତି ରାଜୀବ ଜେ ଶାହା, ବୋଷ୍ଟନ୍ କମନ୍ ଆସେଟ୍ ମ୍ୟାନେଜମେଣ୍ଟ ପ୍ରତିଷ୍ଠାତା ଗୀତା ଆୟର, ଆମେରିକାର ଶକ୍ତି ଋଣ  ପ୍ରୋଗ୍ରାମ କାର୍ଯ୍ୟାଳୟର ନିର୍ଦ୍ଦେଶକ ଜିଗା ଶାହା, ହସ୍କ ପାୱାର ସିଷ୍ଟମର ସିଇଓ ତଥା ସହ-ପ୍ରତିଷ୍ଠାତା ମନୋଜ ସିହ୍ନା, କେସିଆର ପରମାନେଣ୍ଟେରେ ପରିବେଶ ପରିଚାଳନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୀମା ୱାଡୱା ଏବଂ ମହିନ୍ଦ୍ରା ଲାଇଫସ୍ପେସର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅମିତ କୁମାର ସିହ୍ନା ଅନ୍ତର୍ଭୁକ୍ତ ଅଛନ୍ତି ।

ଗୁରୁବାର ଦିନ ଏହି ତାଲିକା ପ୍ରକାଶ କରି ଟାଇମ୍ ମାଗାଜିନ୍ କହିଛି ଯେ ସବୁ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆମେ ଏହି ତାଲିକାରେ ସ୍ଥାନ ଦେଇଛୁ । କିନ୍ତୁ ଆମେ ଅନୁଭବ କରୁଛୁ ଯେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆହୁରି ଅଧିକ ଲୋକ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିଥାନ୍ତେ ।  ଚଳିତ ବର୍ଷ ଜୁନରେ  ବିଶ୍ୱ ବ୍ୟାଙ୍କ ଗ୍ରୁପ୍‌ର ସଭାପତି ଭାବରେ ନିଯୁକ୍ତ ଭାରତୀୟ ମୂଳ ଅଜୟ ବଙ୍ଗା ଜଳବାୟୁ ପରିବର୍ତ୍ତନ ଦିଗରେ ଲଢିବା ସହ ଦାରିଦ୍ର୍ୟ   ଦୂରୀକରଣ ଦିଗରେ ଏକ ନୂତନ ମିଶନ ଆରମ୍ଭ କରୁଛନ୍ତି ।

ଟାଇମ୍ ମାଗାଜିନ୍ ୧୦୦ ବର୍ଷରୁ ଅଧିକ ପୁରୁଣା ଅଟେ । ଏହାର ପ୍ରଥମ କପି ୩ ମାର୍ଚ୍ଚ ୧୯୨୩ ରେ ପ୍ରକାଶିତ ହୋଇଥିଲା । ଏହାକୁ ବ୍ରିଟନ୍ ହେଡେନ୍ ଏବଂ ହେନେରୀ ଲୁସ୍ ଆରମ୍ଭ କରିଥିଲେ । ଟାଇମ୍ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ପତ୍ରିକା ଭାବରେ ପରିଗଣିତ ହୁଏ | ୨୦୧୮ ରେ, ସେଲ୍ସଫୋର୍ସ ପ୍ରତିଷ୍ଠାତା ମାର୍କ ବେନିଫ୍ ୧୯୦ ମିଲିୟନ୍ ଡଲାରରେ (୧୪୦୦ କୋଟି ଟଙ୍କା) ଟାଇମ୍ ମ୍ୟାଗାଜିନ କିଣିଥିଲେ ।