ପ୍ରବାସୀ ଭାରତୀୟଙ୍କୁ ଘାରିଛି ଚାଉଳ ଅଭାବ ସମସ୍ୟା । ଆମେରିକାରେ ମିଳୁନି ପର୍ଯ୍ୟାପ୍ତ ପରିମାଣର ଚାଉଳ, ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ

278

କନକ ବ୍ୟୁରୋ : ବିଦେଶରେ ଚାଉଳ କିଣିବାକୁ ଲାଗିଛି ପ୍ରବାସୀ ଭାରତୀୟଙ୍କ ଭିଡ଼ । ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ଏବେ ଏହାର ପ୍ରଭାବ ବିଦେଶରେ ଦେଖିବାକୁ ମିଳିଛି । ବିଶେଷ କରି ଆମେରିକା ବଜାରରେ ଚାଉଳର ଅଭାବ ଦେଖାଦେଇଛି । କେଉଁଠି କାଉଂଟର ଖାଲି ପଡିଛି ତ ପୁଣି କେଉଁଠି ବୋର୍ଡ ଲଗାଇ ଅଳ୍ପ ପରିମାଣର ଚାଉଳ ନେବାକୁ କୁହଯାଉଛି । ମଲ ଓ ଗ୍ରୋସରୀ ଦୋକାନିରୁ ଚାଉଳ କିଣିବାକୁ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା , ଅଷ୍ଟ୍ରେଲିଆ ଆଦି ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଘରେ ଅଧିକ ପରିମାଣର ଚାଉଳ ମହଜୁଦ କରି ରଖୁଛନ୍ତି । ତେବେ କିଛି ବ୍ୟବସାୟୀ ଏହାର ଲାଭ ଉଠାଇବା ପାଇଁ ଚାଉଳର ମୂଲ୍ୟ ବଢ଼ାଇ ଦେଇଛନ୍ତି । ତେବେ ଚାଉଲ ଅଭାବ ଦେଖାଯିବା ପରେ ଟୁଇଟ କରି ଅସନ୍ତୋଷ ଜାହିର କରିଛନ୍ତି ପ୍ରବାସୀ ଭାରତୀୟ ।ଦେଶରେ ଚାଉଳ ଚାହିଦା ବେଶ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଣିକି ବିଦେଶକୁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର ।