ଆମେରିକାରେ ଭାରତୀୟ ବଂଶୋଦ୍ଭବ CEO ମାନଙ୍କ ଦରମା କେତେ ?

181

ଆମେରିକାର ବଡବଡ଼  ଟେକ୍ କମ୍ପାନୀଗୁଡିକରେ ଭାରତୀୟମାନେ ରାଜ୍ କରୁଛନ୍ତି ।  ସେ ଆଲଫାବେଟ  ହେଉ କିମ୍ବା ମାଇକ୍ରୋସଫ୍ଟ କିମ୍ବା ଆଡୋବ … ଭାରତୀୟମାନେ ସବୁ ସ୍ଥାନରେ ଉପରେ ଅଛନ୍ତି । ଯେଉଁମାନଙ୍କର ବାର୍ଷିକ ଦରମା କୋଟି କୋଟି ଡଲାର ।

ଆମେରିକାର ସିଲିକନ୍ ଭ୍ୟାଲି ପ୍ରାୟ ସବୁ ଭାରତୀୟ ଟେକିମାନଙ୍କର ଲକ୍ଷ୍ୟସ୍ଥଳ ଅଟେ। ଏଠାରେ ଭାରତୀୟମାନଙ୍କ ବିଷୟରେ  ଅନେକ ଆଲୋଚନା ହେଉଛି ଯେଉଁମାନେ ନିଜ ପ୍ରତିଭା ଆଧାରରେ ସଫଳତା ହାସଲ କରିଛନ୍ତି । ସିଲିକନ୍ ଭ୍ୟାଲି ହେଉଛି ଯେଉଁଠାରେ ବିଶ୍ୱର ସବୁଠୁ ବଡ କମ୍ପାନୀଗୁଡିକର ମୁଖ୍ୟାଳୟ ଅଛି । ବିଶେଷ କଥା ହେଉଛି ଏହି କମ୍ପାନୀଗୁଡିକରେ ଭାରତୀୟମାନଙ୍କର ଯଥେଷ୍ଟ ପ୍ରଭାବ ରହିଛି । ଏକ ଆକଳନ ଅନୁଯାୟୀ, ଆମେରିକାର ମୋଟ ଜନସଂଖ୍ୟାର ମାତ୍ର ଏକ ପ୍ରତିଶତ ଭାରତୀୟ । କିନ୍ତୁ ସିଲିକନ୍ ଭ୍ୟାଲିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୬  ପ୍ରତିଶତ ଭାରତୀୟ ଅଟନ୍ତି । ବିଶେଷ କଥା ହେଉଛି କିଛି କମ୍ପାନୀର CEO ହେଉଛନ୍ତି  ଭାରତୀୟ ବଂଶୋଦ୍ଭବ ।

ଆମେରିକାର ସିଲିକନ ଭ୍ୟାଲିରେ ଆଲଫାବେଟ କମ୍ପାନୀର  ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ସବୁଠାରୁ ଲୋକପ୍ରିୟ ନାମ । କିନ୍ତୁ ଏଗୁଡିକ ବ୍ୟତୀତ ଆହୁରି ଅନେକ ନାମ ଅଛି ଯେଉଁମାନେ ସେଠାରେ ବଡବଡ଼  କମ୍ପାନୀଗୁଡିକ ପରିଚାଳନା କରୁଛନ୍ତି । ଏମାନେ ସେହି ଭାରତୀୟ ଯେଉଁମାନକଙ୍କର ବାର୍ଷିକ ଦରମା ୨୩ କୋଟି ଡଲାର ଅଟେ ।  ଭାରତୀୟ ମୁଦ୍ରାରେ ଏହି ପରିମାଣ  ୨୦୦ କୋଟିରୁ ଅଧିକ ଅଟେ।

ଆଜି ଆମେ ଏହି କାହାଣୀରେ ଆମେରିକାର ୮ ଜଣ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଭାରତୀୟଙ୍କ ବିଷୟରେ ଜାଣିବା ।

ସୁନ୍ଦର ପିଚାଇ: ସିଇଓ, ଆଲଫାବେଟ

୧. ସୁନ୍ଦର ପିଚାଇ: ସିଇଓ, ଆଲଫାବେଟ ବାର୍ଷିକ ଦରମା: ୨୩.୫ ଡଲାର ମାଡ୍ରାସ ଜନ୍ମିତ ସୁନ୍ଦର ପିଚାଇ ହେଉଛି ଆଲଫାବେଟ  ଏବଂ ଏହାର ସହାୟକ ଗୁଗୁଲ କମ୍ପାନୀର  ସିଇଓ । ସୁନ୍ଦର ପିଚାଇ ଆଇଆଇଟି ଖରାଗପୁରରୁ ତାଙ୍କ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମଏସ ଏବଂ ହାର୍ଟଟନ୍ ବିଜନେସ୍ ସ୍କୁଲରୁ ଏମବିଏ ଅଧ୍ୟୟନ କରିଥିଲେ । ସେପ୍ଟେମ୍ବର ୨୦୧୯ ରେ ତାଙ୍କୁ ବ ଆଲଫାବେଟର ସିଇଓ ରୂପେ ନିଯୁକ୍ତ କରାଯାଇଥିଲା । ୨୦୨୨  ମସିହାରେ ପିଚାଇଙ୍କୁ ଭାରତ ସରକାର ପଦ୍ମ ଭୂଷଣ ରେ  ସମ୍ମାନିତ କରିଛନ୍ତି ।

ସତ୍ୟ ନାଡେଲା: ସିଇଓ, ମାଇକ୍ରୋସଫ୍ଟ

୨. ସତ୍ୟ ନାଡେଲା: ସିଇଓ, ମାଇକ୍ରୋସଫ୍ଟ

ବାର୍ଷିକ ଦରମା: ୪.୯୯ କୋଟି ଡଲାର

ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ମାତା ଜଣେ ସଂସ୍କୃତ ଅଧ୍ୟାପକ ଏବଂ ପିତା ଜଣେ ଆଇଏଏସ୍ ଅଧିକାରୀ ଥିଲେ। ନାଡେଲା କର୍ଣ୍ଣାଟକର ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ସେ ମିଲୱାକ୍ ୱିସ୍କୋସିନ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଏମଏସ ଅଧ୍ୟୟନ କରିଥିଲେ । ସେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍ ସ୍କୁଲ୍ ଅଫ୍ ବିଜିନେସ୍ ରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ୧୯୯୨ ରେ ସତ୍ୟ ନାଡେଲା ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ।

ଜୟ ଚୌଧୁରୀ : ସିଇଓ, ଜସ୍କାଲର୍

୩. ଜୟ ଚୌଧୁରୀ : ସିଇଓ, ଜସ୍କାଲର୍

ବାର୍ଷିକ ଦରମା: ୪.୧୬ କୋଟି ଡଲାର

ଜୟ ଚୌଧୁରୀ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ପାନୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ଛୋଟ କୃଷକ ଥିଲେ। IIT-BHU ରୁ ଅଧ୍ୟୟନ କରିବା ପରେ ସେ ଆମେରିକା ଯାଇଥିଲେ | ଏଠାରେ ସିନସିନାଟି ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଏବଂ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ଜୟ ଚୌଧୁରୀ ଅନେକ ଗୁଡିଏ କମ୍ପାନୀ ଆରମ୍ଭ କରିଥିଲେ, ଯାହା ପରେ ସେଗୁଡିକୁ ଅନ୍ୟ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିଲା । ସେ କ୍ଲାଉଡ୍ ସିକ୍ୟୁରିଟି କମ୍ପାନୀ Zscaler ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଏହାର ସିଇଓ ଅଟନ୍ତି ।

ଅନିରୁଦ୍ଧ ଦେବଗାନ୍: ସିଇଓ, କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍

୪. ଅନିରୁଦ୍ଧ ଦେବଗାନ୍: ସିଇଓ, କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍

ବାର୍ଷିକ ଦରମା: ୩.୨୨ କୋଟି ଡଲାର

ଅନିରୁଦ୍ଧ ଦେବଗାନଙ୍କ ପିଲାଦିନ ଦିଲ୍ଲୀରେ ଅତିବାହିତ ହୋଇଥିଲା। ତାଙ୍କ ପିତା ଆଇଆଇଟି ଦିଲ୍ଲୀର ଜଣେ ପ୍ରଫେସର ଥିଲେ। ସେ ଆଇଆଇଟି ଦିଲ୍ଲୀରୁ ବି.ଟେକ୍ କରିଥିଲେ ଏବଂ ପରେ ଅଧିକ ଅଧ୍ୟୟନ ପାଇଁ ଆମେରିକା ଆସିଥିଲେ । ସେ ଆଇବିଏମ୍ ରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ମ୍ୟାଗମା ଡିଜାଇନ୍ ଅଟୋମେସନରେ ଯୋଗ ଦେଇଥିଲେ, ଯେଉଁଠାରେ ସେ କର୍ପୋରେଟ୍ ଉପାଧ୍ୟକ୍ଷ ପଦରେ ପହଞ୍ଚିଥିଲେ । ୨୦୧୨ ରେ, ଦେବଗାନ୍ କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମରେ ଯୋଗ ଦେଇଥିଲେ । ଡିସେମ୍ବର ୨୦୨୧ ରେ, ତାଙ୍କୁ କମ୍ପାନୀର ସିଇଓ କରାଯାଇଥିଲା ।

ଶାନ୍ତନୁ ନାରାୟଣ: ସିଇଓ, ଆଡୋବ

୫. ଶାନ୍ତନୁ ନାରାୟଣ: ସିଇଓ, ଆଡୋବ

ବାର୍ଷିକ ଦରମା: ୩.୧୬ କୋଟି ଡଲାର

ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ଓସମାନିଆ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ | ପରବର୍ତ୍ତୀ ଅଧ୍ୟୟନ ପାଇଁ ଆମେରିକା ଆସିଥିଲେ । ୧୯୮୬ ରେ, ସେ ଏକ ସିଲିକନ୍ ଭ୍ୟାଲିରେ ଏକ ଷ୍ଟାର୍ଟଅପ୍ ସହିତ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ।  ତା’ପରେ ସେ ଆପଲରେ କିଛି ବର୍ଷ କାମ ମଧ୍ୟ କରିଥିଲେ । ୧୯୯୮ ରେ ସେ ଆଡୋବରେ ଯୋଗ ଦେଇଥିଲେ । ୨୦୦୧ ରୁ ୨୦୦୫  ପର୍ଯ୍ୟନ୍ତ ଶାନ୍ତନୁ ନାରାୟଣ ଆଡୋବର ବିଶ୍ୱବ୍ୟାପୀ ଉତ୍ପାଦର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିଲେ। ନଭେମ୍ବର ୨୦୦୭ ରେ, ସେ ଆଡୋବର ସିଇଓ ଭାବରେ ନିର୍ବାଚିତ ହୋଇଥିଲେ ।

ସଞ୍ଜୟ ମେହେରୋତ୍ରା: ସିଇଓ, ମାଇକ୍ରୋନ ଟେକ୍ନୋଲୋଜି

୬. ସଞ୍ଜୟ ମେହେରୋତ୍ରା: ସିଇଓ, ମାଇକ୍ରୋନ ଟେକ୍ନୋଲୋଜି

ବାର୍ଷିକ ଦରମା: ୨.୮୪ କୋଟି ଡଲାର

୧୯୫୮ କାନପୁରରେ ଜନ୍ମଗ୍ରହଣ କରିଥିଲେ | ଯେତେବେଳେ ସଞ୍ଜୟ ମେହୋତ୍ରାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପରିବାର ଦିଲ୍ଲୀ ଆସିଥିଲେ । ମେହେରୋତ୍ରା ୧୮ ବର୍ଷ ବୟସରେ ଆମେରିକା ଆସିଥିଲେ । ୧୯୮୮ ମସିହାରେ, ସେ ସାନଡିସ୍କ କମ୍ପାନୀ ଆରମ୍ଭ କରିଥିଲେ । ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ସେ ସାନଡିସ୍କର ସଭାପତି ତଥା ସିଇଓ ଥିଲେ । ସାନଡିସ୍କ ପରେ ସେ ମାଇକ୍ରୋନ୍ ଟେକ୍ନୋଲୋଜି କମ୍ପାନୀରେ ଯୋଗ ଦେଇଥିଲେ ।  ସଞ୍ଜୟ ମେହେରୋତ୍ର ଫେବୃଆରୀ ୨୦୧୭ ଠାରୁ ମାଇକ୍ରୋନ ଟେକ୍ନୋଲୋଜିର ସିଇଓ ଅଟନ୍ତି।

ଅଜୟ ଏସ୍ ଗୋପାଳ: ସିଇଓ, ଅନସିସ୍

୭. ଅଜୟ ଏସ୍ ଗୋପାଳ: ସିଇଓ, ଅନସିସ୍

ବାର୍ଷିକ ଦରମା:୨.୧୮ କୋଟି ଡଲାର

ଅଜୟ ଗୋପାଳ ୧୯୮୨  ମସିହାରେ ଆଇଆଇଟି ବମ୍ବେରୁ ମେକାନିକାଲ  ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ୧୯୯୧ ରେ, ସେ ଆଇବିଏମ୍ ରେ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଏଠାରେ ପ୍ରାୟ ୧୦ ବର୍ଷ କାର୍ଯ୍ୟ କରିଥିଲେ । ଏହା ପରେ ସେ ଅନେକ ବଡ ବଡ କମ୍ପାନୀରେ କାମ କରିଥିଲେ । ସେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ HP ର ବରିଷ୍ଠ ଉପସଭାପତି ଥିଲେ । ଗୋପାଳ ୨୦୧୧  ରେ Ansys ରେ ଯୋଗ ଦେଇଥିଲେ । ଏଠାରେ ସେ ପ୍ରେସିଡେଣ୍ଟ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୧୭ ଠାରୁ ଏହି କମ୍ପାନୀର ସିଇଓ ଅଛନ୍ତି ।

ଅରବିନ୍ଦ କୃଷ୍ଣ: ସିଇଓ, ଆଇବିଏମ୍

୮. ଅରବିନ୍ଦ କୃଷ୍ଣ: ସିଇଓ, ଆଇବିଏମ

ବାର୍ଷିକ  ଦରମା: ୧.୬୫ କୋଟି ଡଲାର

ଅରବିନ୍ଦ କୃଷ୍ଣ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ସେନାରେ ମେଜର ଜେନେରାଲ ରହିଛନ୍ତି । ଆଇଆଇଟି କାନପୁରରୁ ବି.ଟେକ୍ କରିବା ପରେ ସେ ଆମେରିକା ଆସିଥିଲେ । ଏଠାରେ ସେ ଇଲିନୋଇସ୍ ୟୁନିଭରସିଟିରୁ ପିଏଚଡି କରିଥିଲେ । ୧୯୯୦ ରେ କୃଷ୍ଣ ଆଇବିଏମରେ ଯୋଗ ଦେଇଥିଲେ । ୨୦୧୫ ରେ, ତାଙ୍କୁ ପଦୋନ୍ନତି ଦିଆଯାଇଥିଲା ଏବଂ ଆଇବିଏମ୍ ରିସର୍ଚ୍ଚର ବରିଷ୍ଠ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା । ଜାନୁଆରୀ ୨୦୨୦ ରେ, ସେ ଆଇବିଏମର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ। ଅରବିନ୍ଦ କୃଷ୍ଣଙ୍କ ନାମରେ ମଧ୍ୟ ଅନେକଗୁଡ଼ିଏ ପେଟେଣ୍ଟ ଅଛି ।