ସ୍ୱିସ ବ୍ୟାଙ୍କରେ ବଢିଲା ଭାରତୀୟଙ୍କ ପାଣ୍ଠି : ୨୦ ହଜାର ୭୦୦ କୋଟି ଟଙ୍କାର ସଂପତି ବୃଦ୍ଧି ହୋଇଥିବା ସୂଚନା

181

କନକ ବ୍ୟୁରୋ : ସ୍ୱିସ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ପାଣ୍ଠି । ସ୍ୱିସ ବ୍ୟାଙ୍କରେ ୨୦ ହଜାର ୭୦୦ କୋଟି ଟଙ୍କାର ପାଣ୍ଠି ବୃଦ୍ଧି ପାଇଛି । ତେବେ ଗ୍ରାହକଙ୍କ ଜମାରାଶି ଦ୍ୱିତୀୟ ବର୍ଷ ପାଇଁ ହ୍ରାସ ପାଇଛି । ସୁଇଜରଲ୍ୟାଣ୍ଡର ସେଂଟ୍ରାଲ ବ୍ୟାଙ୍କର ବାର୍ଷିକ ଡାଟାରୁ ଏହି ତଥ୍ୟ ମିଳିଛି । ଭାରତୀୟ ନାଗରିକ, ଅନୁଷ୍ଠାନଗୁଡିକର ସମ୍ପତି ବୃଦ୍ଧି ପାଇଥିବା ନେଇ ତଥ୍ୟ ପ୍ରକାଶ ପାଇଛି । ଏଥିରେ ହୋଲଡିଂ, ସିକ୍ୟୁରିଟିଜ୍ ଆଦି ରହିଛି । ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୃଦ୍ଧି । ଦୁଇ ବର୍ଷ ଧରି ଭାରତୀୟଙ୍କ ସଂପତି ହ୍ରାସ ପାଇ ଆସୁଥିଲା ।

 

Comments are closed.