କନକ ବ୍ୟୁରୋ: ପାନୋରମା ଇଣ୍ଡିଆ ଦ୍ୱାରା ଟୋରୋଣ୍ଟୋରେ ପାଳିତ ହୋଇଛି ଭାରତୀୟ ଦିବସ । ନାଥନ ସ୍କ୍ୱାୟରରେ ଭାରତୀୟ ଦିବସ ବଡ ଉତ୍ସବ ଆକାରରେ ପାଳନ କରାଯାଇଛି । ୩୦ରାଜ୍ୟର ପ୍ରାୟ ଏକହଜାର ପ୍ରବାସୀ ଭାରତୀୟ କାର୍ଯକ୍ରମରେ ସାମିଲ ହୋଇଥିଲେ । ଏଥିସହ ଉତ୍ସବରେ ଓଡିଆ ସଂସ୍କୃତି ଓ କଳାର ପ୍ରଦର୍ଶନ କରାଯାଇଛି । ନାଥନ ସ୍କ୍ୱାୟରରେ ଓଡିଶୀ ନୃତ୍ୟ ପରିବେଷଣ କରାଯିବା ସହ ପ୍ରଜ୍ଞାପନମେଢ ପ୍ରତିଯୋଗିତାରେ ଓଡିଶା ହାତେଇଛି ତୃତୀୟ ସ୍ଥାନ । ଓଡିଶା ସଂସ୍କୃତି ଓ ପରମ୍ପରାକୁ ଦର୍ଶାଉଥିବା ବୋଇତ ବନ୍ଦାଣର ପ୍ରଜ୍ଞାପନମେଡ଼ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି ।

Advertisment

କାର୍ଯ୍ୟକ୍ରମରେ ଧ୍ୟାନ ଆକର୍ଷଣ କରିଛି ପ୍ରବାସୀ ଭାରତୀୟଙ୍କ ହାତରନ୍ଧା ଭଳିକି ଭଳି ବ୍ୟଞ୍ଜନ । ଏହି ବ୍ୟଞ୍ଜନରେ ଓଡ଼ିଶାର ପିଠାପଣାକୁ ମଧ୍ୟ ସ୍ଥାନ ଦିଆଯାଇଥିଲା । ଓଡିଶା ସୋସାଇଟି ଅଫ କାନାଡ଼ା ଓ କାନାଡ଼ା-ଓଡିଶା ସୋସାଇଟି ଅଫ ଆମେରିକାର ମିଳିତ ଆନୁକୁଲ୍ୟରେ ଟରୋଂଟରେ ରହୁଥିବା ଓଡିଆମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରତିବର୍ଷ ଅଗଷ୍ଟ ୨୦ର ଟରୋଂଟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଏ ।