କନକ ବ୍ୟୁରୋ : ଯୁଦ୍ଧ ଭୂମିରୁ ଫେରୁଛନ୍ତି ଭାରତୀୟ । ଆଉ ୨୧୦ ଭାରତୀୟଙ୍କୁ ନେଇ ଆସିଛି ଭାରତୀୟ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ । ରୋମାନିଆର ବୁଚାରେଷ୍ଟ ଓ ହଙ୍ଗରୀର ବୁଦାଫେଷ୍ଟରୁ ଭାରତୀୟଙ୍କୁ ନେଇ ଫେରିଛି ବାୟୁସେନାର ବିମାନ । ଆଜି ସକାଳୁ ହିଣ୍ଡନ ଏୟାରବେସରେ ବିମାନ ପହଂଚିଛି । ହିଣ୍ଡନ ଏୟାରବେସରେ ଭାରତୀୟ ପହଂଚିବା ପରେ ସେମାନଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ଜନ୍ମମାଟିକୁ ଫେରିବା ପରେ ଛାତ୍ରଛାତ୍ରୀ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ।

Advertisment

ୟୁକ୍ରେନରୁ ଫେରିଲେ ଆଉ ୩୭ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଶା ମୋ ପରିବାର ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଯୁଦ୍ଧ ଭୂମିରୁ ଫେରିଲା ପରେ ସେଠାକାର ଭୟଙ୍କର ଅନୁଭୂତି କଥା କହିଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାୟତାରେ ସମ୍ପୁର୍ଣ୍ଣ ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି ଛାତ୍ରଛାତ୍ରୀ । ଦିଲ୍ଲୀରୁ ଆସି ଭୁବନେଶ୍ୱର ପହଂଚିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।