ଭାରତୀୟ କୁସ୍ତି ମହାସଂଘ ବିବାଦରେ ନୂଆ ମୋଡ । ରାଜରାସ୍ତାକୁ ଓହ୍ଲାଇଲେ ଶହଶହ କୁସ୍ତିଯୋଦ୍ଧା

371

କନକ ବ୍ୟୁରୋ : ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ବିନେଶ ଫୋଗଟଙ୍କୁ ବିରୋଧ । ନୂଆଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ କନିଷ୍ଠ କୁସ୍ତିଯୋଦ୍ଧା । ଦେଶର ବିଭିନ୍ନ ସହର କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ପହଁଚି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ୩ଜଣ ବରିଷ୍ଠ କୁସ୍ତିଯୋଦ୍ଧାଙ୍କ ପାଇଁ ଆଜି ହଜାର ହଜାର କୁସ୍ତିଯୋଦ୍ଧାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ କରାଯାଇଛି । ଭାରତୀୟ କୁସ୍ତି ମହାସଂଘକୁ କେନ୍ଦ୍ର ସରକାର ସସପେଣ୍ଡ କରିବା ପରେ ଏବେ ସମସ୍ତ ପ୍ରତିଯୋଗିତା ଏବଂ ତାଲିମ କେନ୍ଦ୍ର ବନ୍ଦ ରହିଥିବା କାରଣରୁ ଅଭ୍ୟାସ ବାଧାପ୍ରାପ୍ତ ହୋଇଛି । ସରକାର କେବଳ ୩ଜଣଙ୍କ ପାଇଁ ହଜାର ହଜାର କୁସ୍ତିଯୋଦ୍ଧାଙ୍କ ଭବିଷ୍ୟତକୁ ଅଣଦେଖା ନକରନ୍ତୁ ବୋଲି ଦାବି କରାଯାଇଛି । ସେପଟେ ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧକ୍ଷ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ନାଁରେ ପୁଣିଥରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରେସଲର ସାକ୍ଷୀ ମଲ୍ଲିକ । ବ୍ରିଜଭୂଷଣଙ୍କ ସହଯୋଗୀ ମାନେ ପରିବାର ଲୋକଙ୍କୁ ଫୋନ କରି ଧମକ ଦେଉଥିବା ବେଳେ ସରକାରଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି ସାକ୍ଷୀ ମଲ୍ଲିକ ।