ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ

838

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ପରାଜୟ କରିଛି । ଭାରତ ଏହି ମ୍ୟାଚକୁ ୨୪୩ ରନରେ ଜିତି ନେଇଛି । ଭାରତ ପକ୍ଷରୁ ଜାଡେଜାଙ୍କ ଯାଦୁଗରୀ ବୋଲିଂ ଦେଖିବାକୁ ମିଳିଛି । ଜାଡେଜା ଆଜିର ମ୍ୟାଚରେ ୫ ୱିକେଟ ହାସଲ କରିଛନ୍ତି । ବିଶ୍ୱକପରେ ଏବେ ଯାଏଁ ଭାରତ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇ ନାହିଁ ।

ଆଜି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୦୧, ଶ୍ରେୟସ ଆୟର ୭୭, ରୋହିତ ଶର୍ମା ୪୦, ରବିନ୍ଦ୍ର ଜାଡେଜା ୨୯ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୫ ୱିକେଟ ହରାଇ ୩୨୬ ରନ କରିଥିଲା । ୩୨୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା ଦଳ । ହେଲେ ଆରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କୌଣସି ବି ବ୍ୟାଟ୍ସମ୍ୟାନ ବଡ ରନ କରିବାରେ ସଫଳ ହୋଇନଥିଲେ । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୫, ମହମ୍ମଦ ସାମି ୨, କୁଲଦୀପ ଯାଦବ ୨ ଓ ମହମ୍ମଦ ସିରାଜ ୧ ୱିକେଟ ନେଇଥିଲେ ।