ପ୍ରଥମଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତୀୟ ମହିଳା ଦଳ । ଅଷ୍ଟ୍ରେଲିଆରେ ହେବ ମ୍ୟାଚ

146

କନକ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ ଆଗାମୀ ମାସରେ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବ । ଏହାପରେ ଏହି ବର୍ଷ ଅଷ୍ଟ୍ରେଲିଆରେ ପ୍ରଥମଥର ପାଇଁ ପିଙ୍କ ବଲ ଟେଷ୍ଟ ମଧ୍ୟ ଖେଳିବ । ଭାରତୀୟ ମହିଳା କ୍ରିକେଟ ପ୍ରଥମଥର ପାଇଁ ଡେ ନାଇଟ ମ୍ୟାଚ ଖେଳିବ । ତେବେ ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା ।

ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ଦଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବ । ଏହାସହ ଦିନିକିଆ ଓ ଟି-୨୦ ମ୍ୟାଚ ମଧ୍ୟ ଖେଳାଯିବ । ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ୍ଟ ଟେଷ୍ଟ ୨୦୦୬ ମସିହାରେ ଖେଳିଥିଲା । ସେହିପରି ଗତ ବର୍ଷ ମଧ୍ୟ ଭାରତୀୟ ପୁରୁଷ ଦଳ ବିଦେଶ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ପିଙ୍କ ବଲ ଟେଷ୍ଟ ଖେଳିଥିଲା ।

ଭାରତ-ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ମୋଟ ୯ଟି ଟେଷ୍ଟ ମ୍ୟାଚ ହୋଇଛି । ଯେଉଁଥିରେ ଭାରତ ଗୋଟିଏ ବି ମ୍ୟାଚ ଜିତିନି । ଅଷ୍ଟ୍ରେଲିଆ ୪ଟି ମ୍ୟାଚରେ ବିଜୟୀ ହୋଇଥିଲା ବେଳେ ୫ଟି ମ୍ୟାଚ ଡ୍ର ରହିଛି । ଉଭୟ ଦଳଙ୍କ ମଧ୍ୟରେ ୧୯୭୭ ମସିହାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳ ହୋଇଥିଲା ।