ଟୋକିଓ ଅଲମ୍ପିକ୍ସରେ ମେଡାଲ ଆଶା ଉଜ୍ଜିବୀତ କଲା ମହିଳା ହକି ଟିମ୍, ଦକ୍ଷିଣ ଆଫ୍ରିକାକୁ ହରାଇ ବଢାଇଲା କ୍ୱାଟର ଫାଇନାଲ ଆଶା

224

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଆଜି ଭାରତୀୟ ମହିଳା ହକି ଟିମ ସୁନ୍ଦର ପ୍ରଦର୍ଶନ କରିଛି । ଗ୍ରୁପ ଷ୍ଟେଜ ଶେଷ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି । ଭାରତ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇଛି । ଭାରତୀୟ ମହିଳା ହକି ଟିମର ଟୋକିଓ ଅଲମ୍ପିକ୍ସରେ ଏହା ଦ୍ୱିତୀୟ ବିଜୟ ।

ଅନ୍ୟପଟେ ଭାରତୀୟ ମହିଳା ହକି ଟିମ୍ କ୍ୱାଟର ଫାଇନାଲରେ ପ୍ରବେଶ କରିବ କି ନାହିଁ ତାହା ଆଜି ସନ୍ଧ୍ୟାରେ ସ୍ପଷ୍ଟ ହୋଇଯିବ । ସନ୍ଧ୍ୟାରେ ଗ୍ରେଟ ବ୍ରିଟେନ ଓ ଆୟାରଲାଣ୍ଡ ମଧ୍ୟରେ ହେବାକୁ ଥିବା ଖେଳର ଫଳା ଫଳ ନିର୍ଣ୍ଣୟ କରିବ ଭାରତ କ୍ୱାଟର ଫାଇନାଲ ଖେଳିବ କି ନାହିଁ । ଯଦି ଆୟାରଲାଣ୍ଡ ଏହି ମ୍ୟାଚ ଜିତିଯିବ ତେବେ ଭାରତ କ୍ୱାଟର ଫାଇନାଲରୁ ବାଦ ପଡିବ ।