କନକ ବ୍ୟୁରୋ : ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ମହିଳା ହକି ଦଳ । ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ପ୍ରଥମ ଥର ଲାଗି ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଗ୍ରୁପ୍-ବିର ଶୀର୍ଷ ଦଳ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।
ଭାରତର ଦୁର୍ବଳତା ହେଉଛି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତରିତ କରିବା । ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚରେ ହାଟ୍ରିକ୍ ହାସଲ କରିଥିବା ବନ୍ଦନା କଟାରିଆ ନିଜର ଚମକ୍ରାର ପ୍ରଦର୍ଶନ କ୍ୱାର୍ଟର ଫାଇନାଲରେ ଜାରି ରଖିବାକୁ ଚେଷ୍ଟା କରିବେ । ଅଷ୍ଟ୍ରେଲିଆ ଉଚ୍ଚ ମାନ୍ୟତା ଦଳ ହୋଇଥିବାରୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/ap21207509905906-1-1627542310.jpg)