କନକ ବ୍ୟୁରୋ : ଅଲିମ୍ପିକ୍ସ ମହିଳା ହକିରେ ଜିତିଲା ଗ୍ରେଟ୍ ବ୍ରିଟେନ୍ । ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୩ରେ ଭାରତ ହାରିଛି । ବ୍ରୋଞ୍ଜ ପଦକରୁ ଭାରତ ବଞ୍ଚିତ ହୋଇଛି । ବ୍ରିଟେନକୁ କଡା ଟକ୍କର ଦେଇ ଭାରତ ଲଢିଥିଲା । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଲଢୁଆ ପ୍ରଦର୍ଶନ କଲେ । ପ୍ରଥମେ ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଦୁଇଟି ଗୋଲ୍ ଭାରତକୁ ମିଳିଥିଲା । ପରେ ଲଗାତାର ୨ଟି ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କଲେ । ୨-୨ ରେ ବରାବର ସ୍ଥିତି ରହିଥିଲା ।

Advertisment

ପରବର୍ତ୍ତୀ ସ୍ଥିତିରେ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା । ଗ୍ରେଟ୍ ବ୍ରିଟେନ୍ ଠାରୁ ଭାରତ ୩-୨ରେ ଆଗୁଆ ରହିଥିଲା । ପ୍ରଥମ ଦୁଇଟି ଗୋଲ୍ ଦେଇଥିଲେ ଗୁରଜିତ୍ କୌର । ପରେ ତୃତୀୟ ଗୋଲ୍ ଦେଇଥିଲେ ବନ୍ଦନା କାଟାରିୟା । ମାତ୍ର ଖେଳର ଚତୁର୍ଥ ପର୍ଯ୍ୟାୟରେ ଗ୍ରେଟ୍‌ ବ୍ରିଟେନ୍‌ ଆଉ ଗୋଟିଏ ଗୋଲ୍‌ ଦେବାରୁ ଉଭୟ ଦେଶର ସ୍କୋର୍‌ ସମାନ ‌ହୋଇଯାଇଥିଲା।

ଏହାପରେ ଖେଳ ସରିବାକୁ ଆଉ ୧୨ ମିନିଟ୍‌ ଥିବା ବେଳେ ଗ୍ରେଟ୍‌ ବ୍ରିଟେନ୍‌ର ଗ୍ରେସ୍‌ ବାଲ୍‌ସ୍‌ଡନ୍‌ ଗୋଟାଏ ଗୋଲ୍‌ କରିବାରୁ ଭାରତ ୩-୪ରେ ପଛୁଆ ହୋଇଗଲା। ଏହାପରେ ଶତଚେଷ୍ଟା ସତ୍ତ୍ବେ ଭାରତୀୟ ମହିଳା ଟିମ୍‌ ଗ୍ରେଟ୍‌ ବ୍ରିଟେନ୍‌ ସ୍କୋର୍‌ର ସମକକ୍ଷ ହୋଇ ପାରିଲେ ନାହିଁ। ଖେଳ ପ୍ରତିଯୋଗିତ ଶେଷକୁ ଭାରତୀୟ ଗୋଲ୍‌ ରକ୍ଷକ ସବିତା ପୁନିଆ ଧୈର୍ଯ୍ୟ ହରା ହୋଇପଡ଼ିଲେ। କଡା ମୁକାବିଲା ପରେ ଭାରତୀୟ ମହିଳା ହକି ଦଳ ପଦକରୁ ସିନା ବଞ୍ଚିତ ହୋଇଛି , କିନ୍ତୁ ସମସ୍ତଙ୍କ ହୃଦୟ ଜିତିଛି ।