ବିଶିଷ୍ଟ ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କ ଅନ୍ତର୍ଜାତୀୟ ହକିରୁ ଅବସର । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଦେଲେ ସୂଚନା

71

କନକ ବ୍ୟୁରୋ : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା । ଅବସର ନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି । କହିଛନ୍ତି, ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଯାତ୍ରା ତାଙ୍କ ଜୀବନର ସବୁଠାରୁ ଆକର୍ଷଣୀୟ ମୁହୂର୍ତ । ଆଉ ଦେଶର ପ୍ରତିନିଧିତ୍ୱ କରିବା ସବୁଠାରୁ ସମ୍ମାନର କଥା ବୋଲି ଦୀପ କହିଛନ୍ତି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ରହୁଥିବା ଦୀପ୍ ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ହକି ବିଶ୍ୱକପ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଏହି ବିଶ୍ୱକପ୍ରେ ଭାରତ ବ୍ରୋଂଜ ପଦକ ଜିତିଥିଲା । ଦୀପ୍ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲ । ଏହାବ୍ୟତୀତ ଦୀପ୍ ଗ୍ରେସ ଏକ୍କା ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ରହିଥିଲେ । ସେହିପରି ଦୀପଙ୍କ ପ୍ରତିନିଧିତ୍ୱରେ ଭାରତ ୨୦୧୬ ଏସୀୟ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୭ରେ ଏସୀୟ କପ୍ରେ ଟାଇଟଲ୍ ଜିତିଥିଲା । ୨୦୧୬ରେ ଭାରତକୁ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରାଇବାରେ ୨୯ ବର୍ଷୀୟ ଏହି ଖେଳାଳି ପ୍ରମୁଖ ଭୂମିକା ବହନ କରିଥିଲେ ।