କନକ ବ୍ୟୁରୋ: ଏସିଆନ ଗେମରେ ବଡ ଉପଲବ୍ଧି ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ବାଂଲାଦେଶକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସେହିପରି ପ୍ରଥମେ ବୋଲିଂ କରିଥିଲା ଶ୍ରୀଲଙ୍କା ଦଳ । ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୧୬ ରନ କରିଥିଲା । ଦଳ ପକ୍ଷରୁ ସ୍ମୃତି ମାନ୍ଧନା ୪୬, ଜେମିମା ୪୨ ରନ କରିଥିଲେ । ୧୧୭ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ୨୦ ଓଭରରେ ୯୭ ରନ କରିବାରେ ସକ୍ଷମ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/mhkuuseja75w4ld8arkk.webp)