ଟୋକିଓ ଅଲିମ୍ପିକ୍ସର ମହିଳା ହକି ସେମିଫାଇନାଲ ହାଇଭୋଲଟେଜ ମ୍ୟାଚ : ଆଜି ଆର୍ଜେଣ୍ଟିନାକୁ ଭେଟିବ ଭାରତ, ବିଜୟ ଧାରା ଅବ୍ୟାହତ ରଖିବା ଆଶା 

164

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳ ପ୍ରଭାବି ପ୍ରଦର୍ଶନ କରି ବିଶ୍ୱ ସମୂଦାୟର ଦୃଷ୍ଟି ଆକର୍ଷଣ କରିଛି । ଭାରତୀୟ ମହିଳା ହକି ଦଳ ଆଜି ସେମିଫାଇନାଲରେ ବିଶ୍ୱର ୫ନଂବର ଦଳ ଆର୍ଜେଣ୍ଟିନାକୁ ଭେଟିବ । ଅଲିମ୍ପିକ୍ସରେ ଇତିହାସ ରଚିଥିବା ମହିଳା ହକି ଦଳ ଆର୍ଜେଣ୍ଟିନାକୁ ହରାଇ ସ୍ୱର୍ଣ୍ଣ ପଦକ ପାଇଁ ଖେଳିବାକୁ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବ ।

ସୋମବାର ତିନି ତିନି ଥର ଚାଂପିଅନ ହୋଇଥିବା ଅଷ୍ଟ୍ରେଲିଆକୁ ହରାଇଥିବା ମହିଳା ଖେଳାଳିଙ୍କ ମନୋବଳ ଉଚ୍ଚ ରହିଛି । ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ଫାଇନାଲକୁ ମହିଳା ହକି ଦଳ ଯିବ ବୋଲି ଭାରତୀୟ ଆଶା ରଖିଛନ୍ତି । ଅପରାହ୍ନ ୩ଟା ୩୦ ମିନିଟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ସେପଟେ ପୁରୁଷ ହକି ଟିମ ସେମିଫାଇନାଲରେ ବେଲଜିୟମ ଠାରୁ ହାରିବା ପରେ ଏବେ ଭାରତୀୟ ମହିଳା ହକି ଦଳ ଉପରେ ବଡ ପଦକ ବିଜୟର ଆଶା ରହିଛି ।

ସେହିପରି ଅଲିମ୍ପିକ୍ସ ବକ୍ସିଂ ରିଙ୍ଗକୁ ଓହ୍ଲାଇବେ ଭାରତୀୟ ମହିଳା ବକ୍ସର ଲଭଲିନା । ସେ ସେମିଫାଇନାଲ ମୁକାବିଲାରେ ତୁର୍କିର ବୁସେନାଜଙ୍କୁ ଭେଟିବେ । ଏହି ଇଭେଂଟ ଦିନ ୧୧ଟାରେ ଖେଳାଯିବ । କୁସ୍ତିରେ ପୁରୁଷ ବର୍ଗର ୫୭ କେଜି ଫ୍ରିଷ୍ଟାଇଲରେ ଆଜି ରବି କୁମାର କଲୋମ୍ବିଆର ଆସ୍କର ଟେଗରୋରସଙ୍କୁ ଭେଟିବେ । ସେହିପରି ଭାରତୀୟ କୁସ୍ତି ଯୋଦ୍ଧା ଅଂଶ ମଲ୍ଲିକ ଓ ଦୀପକ ପୁନିଆ ମଧ୍ୟ ମୁକାବିଲାକୁ ଓହ୍ଲାଇବେ ।