ସ୍ୱାମୀଙ୍କୁ ଛାଡପତ୍ର ପରେ ସ୍ତ୍ରୀ କଲେ ଡିଭୋର୍ସ ପାର୍ଟି, ବିବାହର ୧୭ ବର୍ଷ ପରେ ସ୍ତ୍ରୀ କହିଲେ “ଏବେ ମୁଁ ପୁରା ସ୍ୱାଧୀନ”

110

କନକ ବ୍ୟୁରୋ : ବିବାହ ବନ୍ଧନ ପ୍ରତିଟି ଲୋକପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ଆଣିଥାଏ । ଲୋକମାନେ ନିଜର ବିବାହ ପାଇଁ କେତେ କ’ଣ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥାନ୍ତି । ହେଲେ ଏମିତି ବି କିଛି ଲୋକ ଅଛନ୍ତି ସେମାନେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ସଂପର୍କକୁ ଠିକରେ ଚଳାଇପାରନ୍ତି ନାହିଁ । ଫଳରେ ଉଭୟଙ୍କ ମଧ୍ୟରେ କଳି ଝଗଡା ଆରମ୍ଭ ହୋଇଯାଇଥାଏ । ଏହାର ସମାଧାନ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗୋଟିଏ ରାସ୍ତା ଥାଏ, ଯାହା ହେଉଛି ଆଇନତ ଛାଡପତ୍ର । ଏହି ଛାଡପତ୍ର କାହାପାଇଁ ଯନ୍ତ୍ରଣା ଦାୟକ ହୋଇଥାଏ ତ କାହା ପାଇଁ ଖୁସି । ଏଭଳି ଜଣେ ମହିଳାଙ୍କ କାହାଣୀ କହିବାକୁ ଯାଉଛୁ ଯେ କି ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇ ଏତେ ଖୁସି ହୋଇଯାଇଥିଲେ କି ଡିଭୋର୍ସ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିକୁ ସେ ତାଙ୍କର ସଂପର୍କୀୟ ମାନଙ୍କୁ ବି ନିମନ୍ତ୍ରଣ କରି ଖୁବ ମଜା ମସ୍ତି କରିଥିଲେ ।

୪୫ ବର୍ଷିୟ ସୋନିଆ ଗୁପ୍ତା ବିବାହର ୧୭ ବର୍ଷ ପରେ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ଛାଡପତ୍ର ପରେ ଦୁଖୀ ହେବାକୁ ସେ ପସନ୍ଦ କରିନଥିଲେ । ସେ ନିଷ୍ପତ୍ତି ନେଇଥିଲେ କି ଖୁସି ରହିବେ ଓ ଛାଡପତ୍ରକୁ ନେଇ ସେଲିବ୍ରେଟ କରିବେ । ଏନେଇ ସେ ଏକ ଡିଭୋର୍ସ ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିକୁ ସେ ନିଜ ପରିବାର ଓ ବନ୍ଧୁ ପରିଜନକୁ ନିମନ୍ତ୍ରଣ କରିଥିଲେ । କହିରଖୁ କି ସୋନିଆଙ୍କ ଡିଭୋର୍ସ ମାମଲା ପୁରା ୩ ବର୍ଷ ପରେ ମେଣ୍ଟିଥିଲା । ସେ ଏହି ପାର୍ଟିରେ ରଙ୍ଗୀନ ଡ୍ରେସ ସହ ଏକ ଉତ୍ତରୀ ବି ପିନ୍ଧିଥିଲେ । ଯେଉଁଥିରେ ଲେଖାଥିଲା ଯେ ଫାଇନାଲି ଡିଭୋର୍ସ ।

କହିରଖୁ କି ସୋନିଆଙ୍କର ୧୭ ବର୍ଷ ପୂର୍ବେ ଭାରତରେ ତାଙ୍କର ଆରେଞ୍ଜ ବିବାହ ହୋଇଥିଲା । ବାହାଘର ପରେ ସେ ସ୍ୱାମୀଙ୍କ ସହ ବ୍ରିଟେନ ପଳାଇ ଯାଇଥିଲେ । ସୋନିଆ ତାଙ୍କ ବାହାଘରକୁ ନେଇ ଖୁସି ନଥିଲେ । ଏହାପରେ ସ୍ୱାମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତାନ୍ତର ହୋଇଥିଲା ଓ ଶେଷରେ ଛାଡପତ୍ର ମାମଲା କୋର୍ଟରେ ଦାଖଲ କରିଥିଲେ ସୋନିଆ । କୋର୍ଟରେ ମାମଲା ୩ ବର୍ଷ ଚାଲିବା ପରେ ଶେଷରେ ସେ ସ୍ୱାମୀଙ୍କୁ ଛାଡପତ୍ର ଦେବାରେ ସଫଳ ହୋଇଥିଲେ ।