କନକ ବ୍ୟୁରୋ: ୭୨ ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଆକାଶରେ ଉଡିଲା ଡାକୋଟା ବିମାନ । ଦୁଇଟି ମିଗ ୨୭ ବିମାନ ସହ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ହେରିଟେଜ ବିମାନ ଡାକୋଟା ଦିଲ୍ଲୀ ଆକାଶରେ କଳାକୌଶଳ ପ୍ରଦର୍ଶନ କରିଛି । ୱିଙ୍ଗ କମାଣ୍ଡର ଏସଏସ ଗେହଲଟ ଡାକୋଟାକୁ ଉଡାଇଛନ୍ତି । ୧୯୪୭ରେ କାଶ୍ମୀର ଘାଟି ଓ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୈନିକ ଓ ସାମରୀକ ଉପକରଣ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ଡାକୋଟା ।
ସେହିଭଳି ବାୟୁସେନା ପ୍ରତିଷ୍ଠା ଦିବସରେ ପ୍ରଥମ ଥର ପାଇଁ ଭାରତ ଆକାଶରେ ଉଡିଥିବା ରାଫେଲ ଯୁଦ୍ଧ ବିମାନ ଦିଲ୍ଲୀ ଆକାଶରେ ପଇଁତରା ମାରିଛି । ୭୨ ତମ ଗଣତନ୍ତ୍ର ଦିବସରେ ଆୟୋଜିତ ଜାତୀୟ ସ୍ତରୀୟ ପରେଡରେ ସାମିଲ ହୋଇଛି ବାୟୁସେନାର ଏହି ଦୁର୍ଦ୍ଦଶ ଲଢୁଆ ବିମାନ । ୨ ଟି ଜାଗୁଆର ଓ ୨ଟି ମିଗ ୨୧ ସହ ଏକଲବ୍ୟ ଶୈଳୀରେ କୌଶଳ ପ୍ରଦର୍ଶନ କରିଛି ଗୋଟିଏ ରାଫେଲ ଯୁଦ୍ଧ ବିମାନ । ଗ୍ରୁପ କ୍ୟାପଟେନ ରୋହିତ କଟାରିଆ ମାଟିରୁ ୩୦୦ ମିଟର ଉଚ୍ଚରେ ରାଫେଲ ଉଡାଇଛନ୍ତି । ଘଂଟା ପ୍ରତି ୭୦୦ କିଲୋମିଟର ବେଗରେ ଦିଲ୍ଲୀ ଆକାଶରେ ଉଡିଛି ରାଫେଲ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/33-14.jpg)