ଆତଙ୍କାବଦୀ କାର୍ଯ୍ୟକଳାରୁ ଦୂରେଇ ରହୁ ବୋଲି ପାକିସ୍ତାନ । ନାଗରୋଟା ଘଟଣା ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ

250

କନକ ବ୍ୟୁରୋ : ନାଗରୋଟା ଆତଙ୍କବାଦୀ ଘଟଣା ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି ଭାରତ । ନୂଆଦିଲ୍ଲୀ ରୋକଠୋକ୍ ଭାଷାରେ ଶୁଣାଇଦେଇଛି ଯେ, ପାକିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପରୁ ଦୂରେଇ ରହୁ । ଏହାସହ ପାକିସ୍ତାନ ମାଟିରୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ଯେପରି ବନ୍ଦ ହେବ, ସେନେଇ ଇସ୍ଲାମାବାଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନଙ୍କୁ ସମନ କରି କଡ଼ା ଭାଷାରେ ସନ୍ଦେଶ ଦେଇଛି ଭାରତ । ପାକିସ୍ତାନ ନିଜ ମନ୍ଦ ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି ନୂଆଦିଲ୍ଲୀ ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ନାଗରୋଟା ଘଟଣା ନେଇ ସମୀକ୍ଷା ବୈଠକ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ସୁରକ୍ଷାକର୍ମୀଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନିଜ ଟୁଇଟରେ ସୁରକ୍ଷାକର୍ମୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଜମ୍ମୁକାଶ୍ମୀରରରେ ଗୁରୁବାର ଜୈସ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ । ଏକ ଟ୍ରକରେ ଆସୁଥିବା ବେଳେ ଏକ ଟୋଲ ପ୍ଲାଜା ନିକଟରେ ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ କରିଥିଲେ । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟ୍ରକରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆତଙ୍କବାଦୀ ମାନେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିବା ବେଳେ ସଜାଗ ଓ ସତର୍କ ସୁରକ୍ଷାକର୍ମୀଙ୍କ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ଟଳିଯାଇଛି ।