ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଟିମ୍ ରେ ସାମିଲ ହେଲେ .ଆଉଜେଣ ଭାରତୀୟ । ପ୍ରେସ ସେକ୍ରେଟାରୀ ହେଲେ ବେଦାନ୍ତ ପଟେଲ ।

210

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଶୁକ୍ରବାର ଦିନ ହ୍ୱାଇଟ ହାଉସରେ କମ୍ୟୁନିକେଷନ ଓ ପ୍ରେସ ଷ୍ଟାକର ଘୋଷଣା କରିଛନ୍ତି । ବାଇଡେନଙ୍କ ଏହି ଟିମ୍ ରେ ଭାରତୀୟ ବଂଶୋଦ୍ଭବ ବେଦାନ୍ତ ପଟେଲଙ୍କୁ ସ୍ଥାନ ମିଳିଛି । ପଟେଲଙ୍କୁ ଆସିଷ୍ଟାଣ୍ଡ ପ୍ରେସ ସେକ୍ରେଟାରୀ ପଦ ମିଳିଛି । ଏହି କ୍ରମରେ ବାଇଡେନ ଶୁକ୍ରବାର ଦିନ ୧୬ ଜଣ ଲୋକଙ୍କ ନାମ ଘୋଷଣା କରିଛନ୍ତି ।

ବେଦାନ୍ତ ପଟେଲଙ୍କର ଜନ୍ମ ଭାରତରେ ହୋଇଥଲା । ହେଲେ ସେ କାଲିଫର୍ଣ୍ଣିଆରେ ବଡ ହୋଇଛନ୍ତି । ସେ ୟୁନିଭରସିଟି ଓ କାର୍ଲିଫର୍ଣ୍ଣିଆ- ରିଭର ସାଇଟ ଓ ପ୍ଲୋରିଡା ୟୁନିଭରସିଟିରେ ପାଠ ପଢିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ପକ୍ଷରୁ ଆଞ୍ଚଳିକ ଗମନା ଗମନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ପଟେଲ ବର୍ତ୍ତମାନ ବାଇଡେନଙ୍କ ଶପଥ ଗ୍ରହଣ ପାଇଁ ବରିଷ୍ଠ ପତ୍ରକାର ଭାବେ କାମ କରୁଛନ୍ତି ।
ଏହା ପୂର୍ବରୁ ପଟେଲ ଭାରତୀୟ ବଂଶୋଦ୍ଭବ ତଥା ରାଜନେତା ପ୍ରମିଳା ଜୟପାଲଙ୍କ ପାଇଁ ଗମନା ଗମନ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ସେ ଡେମୋକ୍ରେଟିକ ନ୍ୟାସନାଲ କମିଟିର ପଶ୍ଚିମାଞ୍ଚଳ ପାଇଁ ପ୍ରେସ ସେକ୍ରେଟାରୀ ଭାବେ ବି କାମ କରିବା ସହିିତ ରାଜନେତା ମାଇକ ହୋଣ୍ଡାଙ୍କ ଗମନା ଗମନ ନିର୍ଦ୍ଦେଶକ ଥିଲେ । ବାଇଡେନ ଶୁକ୍ରବାର ଦିନ ତାଙ୍କ ଟିମ୍ ର ୧୬ ଜଣଙ୍କ ନାମ ଘୋଷଣା କରିଥିଲେ । ଏହା ମଧ୍ୟରୁ ସୀଗନ ଏପରଙ୍କୁ ଗବେଷଣା ନିର୍ଦ୍ଦେଶକ ଓ କେଟ୍ ବର୍ନରଙ୍କୁ ଗମନା ଗମନର ଉପ- ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।