ବଜେଟ୍ ୨୦୧୯ ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ ଭଡାରେ ରହୁଥିବା ଭଡାଟିଆଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଆଣିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରୁଥିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ କହିଛନ୍ତି ଖୁବଶୀଘ୍ର ଘର ମାଲିକ ଏବଂ ଭଡାଟିଆଙ୍କ ଭିତରେ ଅର୍ଥସଂବନ୍ଧକୁ ନଜରରେ ରଖି ଏକ ନୂଆ ଆଇନ୍ ତଥା ନିୟମ ଲାଗୁ କରାଯିବ । ଏହି ନୂଆ ଆଇନରେ ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ ଅର୍ଥସଂବନ୍ଧ ନୂଆ ରୁପରେ ପରିଭାଷିତ କରାଯିବ । ଏଥିରେ ଘର ମାଲିକ ନିଜ ଇଚ୍ଛାରେ ଭଡା ବଢାଇବା,ପ୍ରତି କଥାରେ ରୋକଟୋକ୍ କରିବା,ଭଡାଟିଆଙ୍କୁ ଆସୁଥିବା ଅସୁବିଧାରେ ରୋକ ଲଗାଯାଇପାରେ । ଏହି ଆଇନରେ ଘରମାଲିକଙ୍କ ଅଧିକାରର ଧ୍ୟାନ ରଖାଯାଏ ।
ନୂଆ ଘର ତିଆରି କରିବେ ସରକାର : ଅର୍ଥମନ୍ତ୍ରୀ ଗରିବଙ୍କୁ ୧.୯୫ କୋଟି ଘର ତିଆରି କରି ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସମସ୍ତଙ୍କୁ ଘର ତିଆରି କରି ଦେବା ଯୋଜନା ଉପରେ ସରକାର ଗମ୍ଭୀରତା ସହ କାମ ଆରମ୍ଭ କରିବେ । ସରକାର ୧୧୪ ଦିନରେ ସମସ୍ତଙ୍କୁ ଘର ତିଆରି କରି ଦେବେ । ଘର ପ୍ରସ୍ତୁତ କରିବାର ସମୟ କମିଯାଇଛି । ପ୍ରଥମେ ଘର ତିଆରି କରିବାକୁ ୩୪୦ ଦିନ ସମୟ ଲାଗୁଥିବା ବେଳେ ଏବେ କେବଳ ୧୧୪ ଦିନରେ ଘର ପ୍ରସ୍ତୁତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/HOME-3.jpg)
/kanak/media/post_attachments/wp-content/uploads/2019/07/SARKAR-300x177.jpg)