ସମସ୍ତ ନିୟମର ଉଲଙ୍ଘନ, କମ୍ପାନୀ ତରଫରୁ ୯ ମାସରେ ୩୦୦ ରୁ ଅଧିକ ଥର କରାଯାଇଛି ବିଡିର ପ୍ରମୋସନ

85

କନକ ବ୍ୟୁରୋ : ଭାରତରେ କିଛି ତମାଖୁ କମ୍ପାନୀ ବିଡିର ବିକ୍ରି ବୃଦ୍ଧି କରିବାକୁ ସମସ୍ତ ସରକାରୀ ଆଇନକୁ ଉଲଙ୍ଘନ କରିବାରେ ଲାଗିଛନ୍ତି । ଏହିସବୁ ଉତ୍ପାଦର ବିକ୍ରି ବୃଦ୍ଧି ପାଇଁ ଏବେ କମ୍ପାନୀମାନେ ସୋସିଆଲ ମିଡିଆର ସହାୟତା ନେଉଛନ୍ତି । ସିଗାରେଟ ସହ ଅନ୍ୟ ତମାଖୁ ଜାତୀୟ ପ୍ରଡକ୍ଟ ଆକ୍ଟ(ସିଓଟିପିଏ) ର ସିଧା ଉଲଙ୍ଘନ କରୁଛନ୍ତି ଉତ୍ପାଦ କମ୍ପାନୀ ଓ ସୋସିଆଲ ମିଡିଆ । ପବ୍ଲିକ ହେଲ୍ଥ ଗ୍ରୁପ ବାଇଟଲ ଷ୍ଟଡିଜ ଏହାକୁ ନେଇ ଏକ ଅଧ୍ୟୟନ କରିଛି ।

ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି କି ତମାଖୁ ଉତ୍ପାଦ କମ୍ପାନୀ ଗତ ୯ ମାସ ମଧ୍ୟରେ ୩୪୦ ଥର ସୋସିଆଲ ପ୍ଲାଟଫର୍ମରେ ନିଜର ପ୍ରଡକ୍ଟର ପ୍ରମୋସନ କରିବାର ଦେଖାଯାଇଛି । ଏହା ମଧ୍ୟରୁ ୯୮ ପ୍ରତିଶତ ପ୍ରମୋସନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ’ ରେ କରାଯାଇଥିବା କଥା କୁହାଯାଇଛି । ଏଠି କହିବାକୁ ଚାହୁଁ ଯେ ଫେସବୁକ୍ ନିଜ ପଲିସିରେ ସ୍ପଷ୍ଟ କରିଛି କି ଫେସବୁକ୍ ପ୍ଲାଟଫର୍ମରେ ତମାଖୁ ଉତ୍ପାଦର ପ୍ରଚାର ପ୍ରସାର ପାଇଁ ଅନୁମତି ନାହିଁ ।

ବାଇଟାଲ ଷ୍ଟଡିଜର ରିପୋର୍ଟ ‘ସେଲିଂ ଡେଥ ଅନ ସୋସିଆଲ ମିଡିଆ : ହାଉ ବିଡିଜ ଆର ରିଚିଙ୍ଗ କନଜ୍ୟୁମର ଅନଲାଇନ’ ରେ କୁହାଯାଇଛି କି ୨୦୨୦ ଡିସେମ୍ବର ରୁ ୨୦୨୧ ଅଗଷ୍ଟ ୨୦୨୧ ମଧ୍ୟରେ ସୋସିଆଲ ମିଡିଆରେ ୨୭୧ ଥର ବିଡିର ପ୍ରତିଛବି ପୋଷ୍ଟ କରାଯାଇ ଏହାର ସିଧା ସଳଖ ମାର୍କେଟିଂ କରାଯାଇଛି ।

ସବୁଠାରୁ ବଡକଥା କି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଏକ ବିଡି ଉତ୍ପାଦ କମ୍ପାନୀ ମହିଳାମାନଙ୍କୁ ଶୁଭକାମନା ଦେବା ଅବସରରେ ନିଜ ବିଡି ବ୍ରାଣ୍ଡର ଫଟୋ ପୋଷ୍ଟ କରିଥିଲେ । ବାଇଟଲ ଷ୍ଟଡିଜ ଗ୍ଲୋବାଲ ପଲିସ ଓ ରିସର୍ଚ୍ଚର ଉପ ସଭାପତି ନନ୍ଦିତା ମୁରକୁଟଲା ସରକାରଙ୍କୁ ସୋସିଆଲ ମିଡିଆ ସାଇଟ ଫେସବୁକରେ ତମାଖୁ ଉତ୍ପାଦର ପ୍ରମୋସନ ବନ୍ଦ କରିବା ନେଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।