ବିଶ୍ୱସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ‘କ୍ଲବ ଅମ୍ବର’ ଉଦଘାଟିତ 

ବିଶ୍ୱସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ‘କ୍ଲବ ଅମ୍ବର’ ଉଦଘାଟିତ 

କନକ ବ୍ୟୁରୋ : ‘ଜେଡ୍ ୱାନ୍’ ପରିସରରେ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ‘କ୍ଲବ ଅମ୍ବର’ ଉଦଘାଟିତ ହୋଇଛି । ଏହି ଅତ୍ୟାଧୁନିକ କ୍ରୀଡ଼ା ପରିସରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବିଶିଷ୍ଟ ଟେନିସ୍ ଖେଳାଳି ତଥା ଅଲିମ୍ପିଆନ୍ ଲିଆଣ୍ଡର ପେସ୍ । ୨ ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ‘କ୍ଲବ ଅମ୍ବର’ ହେଉଛି ସବୁଠୁ ବଡ଼ ରେସିଡେନସିଆଲ୍ ଆଉଟଡୋର ଗେମ୍ କମ୍ପେ୍ଲକ୍ସ । ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବା ସହ ବିଳାସପୂର୍ଣ୍ଣ ଜୀବନଯାପନର ଅନୁଭୂତି ଦେବା ପାଇଁ ଏଭଳି ପ୍ରୟାସ କରିଛି ‘ଜେଡ୍ ୱାନ’ ।

ଏଠାରେ ବିଭିନ୍ନ ଇନଡୋର ଗେମସ ଛଡ଼ା ୨ଟି ସିନ୍ଥେଟିକ୍ ଟେନିସ୍ କୋର୍ଟ, ଜଗିଂ ଟ୍ରାକ୍, ଇନ୍ଡୋର୍ ଏୟାର କଣ୍ଡିସନ୍ସ ବ୍ୟାଡମିଣ୍ଟନ କୋର୍ଟ, ଦୁଇଟି ସୁଇମିଂ ପୁଲ୍, ଗଲ୍ଫ ପ୍ରାକ୍ଟିସ୍ ନେଟ୍, ହାଫ୍ ବାସ୍କେଟବଲ୍ କୋର୍ଟ, ଦୁଇଟି କ୍ରିକେଟ୍ ପ୍ରାକ୍ଟିସ୍ ନେଟ୍, ସ୍କେଟିଂ ରିଙ୍କ୍, ଜିମ୍, ଘରୋଇ ମୁଭି ଥିଏଟର୍ ଓ ବାଂକ୍ୱେଟ୍ ଲନ୍ ଆଦି ରହିଛି । ଉଦଘାଟନୀ ଅବସରରେ ନିଜ ଅନୁଭତି ବାଣ୍ଟିଛନ୍ତି ଲିଆଣ୍ଡର ପେସ୍ । ଏଠାରେ ଉପଲବ୍ଧ ବିଶ୍ୱସ୍ତରୀୟ କ୍ରୀଡ଼ା ସୁବିଧା ସୁଯୋଗକୁ ପ୍ରଶଂସା କରିବା ସହ ଏହା ଭବିଷ୍ୟତରେ ଚାମ୍ପିଅନମାନଙ୍କର ଏନ୍ତୁଡ଼ିଶାଳ ହେବ ବୋଲି କହିଛନ୍ତି ଲିଆଣ୍ଡର ।

ଲିଆଣ୍ଡର ପେସ୍ କହିଛନ୍ତି, ଏଭଳି ଭିନ୍ନଧରଣର ଆବାସିକ କମ୍ପ୍ଲେକ୍ସ ଓ କ୍ରୀଡ଼ା ବ୍ୟବସ୍ଥା ଦେଖିକି ବହୁତ ଖୁସି ଲାଗୁଛି। ମୁଁ ଏସିଆ ଭିତରେ ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ ଭଳି ବହୁତ ସ୍ଥାନରେ ମ୍ୟାଚ୍‌ ଖେଳିଛି ଏବଂ ପ୍ରଶିକ୍ଷଣ ଓ ଅଭ୍ୟାସ ପାଇଁ ଆମେରିକା, ଫ୍ଲୋରିଡା ଭଳି ସ୍ଥାନରେ ରହିଛି। ସବୁସ୍ଥାନରେ କମ୍ପ୍ଲେକ୍ସ ତିଆରି ପଛରେ ଏକ ମହତ୍ବପୂର୍ଣ୍ଣ ଲକ୍ଷ୍ୟ ରହିଥାଏ । ସ୍ପୋର୍ଟ୍ସ ଏରେନା ମଧ୍ୟରେ କ୍ରିକେଟ୍‌, ଗଲ୍ଫ, ବାସ୍କେଟବଲ୍‌, ସ୍କେଟିଂ, ଟେନିସ୍‌ କୋର୍ଟ ଇତ୍ୟାଦି ରହିବା ଦ୍ବାରା ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ମନୋରଂଜନର ଯତ୍ନ ନିଆଯାଇପାରୁଛି ।

ବର୍ତ୍ତମାନ ସମୟରେ ଭାରତୀୟ ବ୍ୟବସାୟୀମାନେ ବହୁତ ଭଲ କରୁଛନ୍ତି। ନିଜ କ‌ମ୍ପ୍ଲେକ୍ସରେ କେବଳ ଭଲରେ ରହିବାକୁ ଘର ଦେଉନାହାନ୍ତି ବରଂ ଅନ୍ୟାନ୍ୟ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଅନେକ କିଛି ଦାନ କରୁଛନ୍ତି। ଏହା ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବ। ଭୁବନେଶ୍ବରରେ ଏଭଳି ବ୍ୟବସ୍ଥା ଯୋଇପାରିଥିବା ଜେଡ୍‌ ୱାନ୍‌କୁ ମୁଁ କୃତଜ୍ଞତା ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe