ବିଜୟାଦଶମୀ ଅବସରରେ ମା’ ଦୂର୍ଗା ଦୂର୍ଗତୀନାଶିନୀଙ୍କ ଆରାଧନା କରି ଭୁପୃଷ୍ଠରୁ ଆସୁରିକ ପ୍ରବୃତ୍ତିକୁ ନଷ୍ଟ କରାଯାଏ । ମା’ ମହାମାୟା ଏହି ସମୟରେ ପୃଥିବୀରୁ ସବୁ ଅନ୍ଧକାରକୁ ହଟାଇ ନୂତନ ସମୟର ଅୟମାରମ୍ଭ କରନ୍ତି । ଏହି ସମୟରେ ସର୍ବର୍ଶ୍ରେଷ୍ଠ ବ୍ରାହ୍ମଣ ତଥା ମହା ପରାକ୍ରମଶାଳୀ ଅସୁର ରାବଣର ପୁତ୍ତଳିକା ଦହନ କରାଯାଏ । ସାରା ଦେଶରେ ରାବଣ ପୋଡି ନାଁରେ ଖ୍ୟାତ ଏହି ପର୍ବ ସମୟରେ ପ୍ରଭୂ ଶ୍ରୀରାମ ରାବଣର ବଧ କରିଥାନ୍ତି । ତେବେ ଖାଲି ମର୍ଯ୍ୟାଦାପୁରୁଷ ପ୍ରଭୂ ଶ୍ରୀରାମ ହିଁ ମନ୍ଦିରରେ ପୂଜା ପାଆନ୍ତି ନାହିଁ ଦାନବରାଜ ରାବଣ ମଧ୍ୟ କିଛି ମନ୍ଦିରରେ ପୂଜା ପାଆନ୍ତି । ତେବେ ଆସନ୍ତୁ ଏଭଳି କିଛି ସ୍ଥାନ ଏବଂ ସେଠାରେ ପୂଜା ପାଉଥିବା ରାବଣଙ୍କ ସମ୍ବନ୍ଧରେ କିଛି ଜାଣିବା ।
ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଏକ ଗାଁରେ ରାକ୍ଷସରାଜ ରାବଣର ମନ୍ଦିର ରହିଛି । ମଧ୍ୟପ୍ରଦେଶର ମନ୍ଦସୋରନଗର ଖାନପୁରା କ୍ଷେତ୍ରରେ ରାବଣ ରୁଣ୍ଡି ନାମକ ଏକ ସ୍ଥାନରେ ଦାନବରାଜ ରାବଣର ଏକ ବିଶାଳ ମୂର୍ତ୍ତୀ ରହିଛି । କୁହାଯାଉଛି ରାବଣ ମନ୍ଦସୋର (ଦଶପୁର) ଙ୍କ ଜାମାତା ଥିଲେ । ରାବଣର ପତ୍ନୀ ମନ୍ଦୋଦରୀଙ୍କ କାରଣରୁ ଦଶପୁର ମନ୍ଦସୋର ନାମରେ ବିଖ୍ୟାତ ହେଲା ।
କର୍ଣ୍ଣାଟକର କୋଲାର୍ ଜିଲ୍ଲାରେ ରାବଣର ପୂଜା କରାଯାଏ । ଏଠାକାର ଲୋକମାନେ ରାବଣର ପୂଜା ଏଥିପାଇଁ କରନ୍ତି କାରଣ ରାବଣ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ଥିଲା । ଏଠାକାର ମଣ୍ଡୟା ଜିଲ୍ଲାର ମାଲବଲ୍ଲୀ ଠାରେ ରାବଣର ଏକ ମନ୍ଦିର ରହିଛି ।
ଉତ୍ତରପ୍ରଦେଶର କାନପୁର ଶିବାଲାରେ ଦାନବରାଜ ରାବଣର ଦଶାସନ ମନ୍ଦିର ରହିଛି । ଏଠାରେ ଶକ୍ତିର ପ୍ରତିକ ଭାବରେ ରାବଣର ପୂଜା କରାଯାଏ । ଏହି ମନ୍ଦିର ୧୮୯୦ ମସିହାରେ ପ୍ରସ୍ତୁତ କରାଯାଇଥିଲା । ଏହି ମନ୍ଦିରର ଦ୍ୱାର ବର୍ଷକୁ ଥରେ କେବଳ ଦଶହରା ସକାଳେ ହିଁ ଖୋଲାଯାଇଥାଏ । ସନ୍ଧ୍ୟା ସମୟରେ ମନ୍ଦିରର କବାଟ ଏକ ବର୍ଷ ପାଇଁ ବନ୍ଦ ରହେ ।
ରାଜସ୍ତାନର ଜୋଧପୁରକୁ ରାବଣର ବିବାହ ସ୍ଥଳୀ ବୋଲି ମନେ କରାଯାଏ । ଏଠାରେ ରାବଣ ଏବଂ ମନ୍ଦୋଦରୀଙ୍କ ଚବରୀ ସ୍ଥଳ ବିବାହ ମଣ୍ଡପ ରହିଛି ।
ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ବୈଜନାଥ କସ୍ୱା ଶିବନଗରୀ ନାଁରେ ଖ୍ୟାତ । ଏଠାରେ ଲୋକମାନେ ରାବଣର ପୁତ୍ତଳିକାକୁ ଜଳାଇବାକୁ ମହାପାପ ବୋଲି ମନେ କରନ୍ତି ।
ଗ୍ରେଟର୍ ନୋଏଡା ବିସରଖ ଗାଁରେ ଦଶହରା ଦିନ ପରିବେଶ ଆନନ୍ଦୋଲ୍ଲାସ ନୁହେଁ ଦୁଃଖରେ ବିତିଥାଏ । ଏଠାରେ ରାବଣର ଜନ୍ମ ହୋଇଥିବା କଥା କୁହାଯାଏ । ତେଣୁ ଦଶହରାରେ ନା କାହାକୁ ପୂଜା କରାଯାଏ ନା ରାମଲୀଳା ଆୟୋଜନ କରାଯାଏ । ଏଠାରେ ରାବଣ ପୋଡି ମଧ୍ୟ କରାଯାଏ ନାହିଁ ।
Follow Us
/kanak/media/post_attachments/wp-content/uploads/2019/10/download-2.jpg)
/kanak/media/post_attachments/wp-content/uploads/2019/10/xsddfer-300x203.png)
/kanak/media/post_attachments/wp-content/uploads/2019/10/wd_5bb8903b2dc6b-300x199.jpg)
/kanak/media/post_attachments/wp-content/uploads/2019/10/9b590eeb07ff1d647eb1f2652b55f899-300x194.jpg)