ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା । ପଢନ୍ତୁ କିଏ ଆସିଲେ, କିଏ ବାଦ ପଡିଲେ?

Advertisment
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା । ପଢନ୍ତୁ କିଏ ଆସିଲେ, କିଏ ବାଦ ପଡିଲେ?

କନକ ବ୍ୟୁରୋ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏହି ସିରିଜରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଟିମରେ ନିଜ ସ୍ଥାନ ପକ୍କ କରିବାରେ ଅସଫଳ ରହିଛନ୍ତି ।

ସେହିପରି ଆପେଣ୍ଡିକ୍ସ ଅପରେସନ ପାଇଁ ଥିବା କେଏଲ ରାହୁଲ, କରୋନା ସଂକ୍ରମିତ ରିଦ୍ଦିମାନ ସାହାଙ୍କୁ ଟିମରେ ରଖାଯାଇଛି । ହେଲେ ସେମାନେ ସୁସ୍ଥ ନହେବାଯାଏଁ ଦଳରେ ସାମିଲ ହୋଇ ପାରିବେ ନାହିଁ । ସ୍କ୍ୱାର୍ଡରେ ଚାରି ଜଣ ଓପନର, ୪ ଜଣ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ, ୬ ପେସ ବୋଲର, ୪ ଜଣ ସ୍ପିନର ଓ ଦୁଇ ୱିକେଟ କିପରଙ୍କୁ ସାମିଲ କରାଯାଇଛି ।

ଏହି ଟେଷ୍ଟ ଚାମ୍ପିୟନସିପ ସାଉଥଓମ୍ପଟନରେ ୧୮ ଜୁନରୁ ୨୨ ଜୁନ ଯାଏଁ ଖେଳାଯିବ । ଏହାପରେ ୪ ଅଗଷ୍ଟରୁ ୧୪ ସେପ୍ଟେମ୍ବର ଯାଏଁ ଭାର ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜ ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ ।

ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷବ ପନ୍ତ, ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, ଉମେଶ ଯାଦବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe