ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ ଟେଷ୍ଟ ଅଧିନାୟକ, ରାହୁଲ-ସୂର୍ଯ୍ୟଙ୍କୁ ବଡ ଦାୟିତ୍ୱ

Advertisment
ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ ଟେଷ୍ଟ ଅଧିନାୟକ, ରାହୁଲ-ସୂର୍ଯ୍ୟଙ୍କୁ ବଡ ଦାୟିତ୍ୱ

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ସିରିଜ ସମାପ୍ତ ହେବା ପରେ ଭାରତୀୟ ଟିମ ଆଫ୍ରିକା ଗସ୍ତ କରିବ । ଏହି କ୍ରମରେ ଆଫ୍ରିକାରେ ୩ଟି ଟି୨୦, ୩ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏହି ସିରିଜ ପାଇଁ ବିସିସିଆଇ ତରଫରୁ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟି-୨୦ ଓ ଦିନିକିଆ ସିରିଜରେ ବିଶ୍ରାମ ଦିଆଯାଇଛି । ଏକଦିବସୀୟରେ କେଏଲ ରାହୁଲ କ୍ୟାପଟେନ ଓ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ସମ୍ଭାଳିବେ । ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ହେବେ ଅଧିନାୟକ ।

ଟି-୨୦- ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ଋତୁରାଜ ଗାଏକ୍ୱାର୍ଡ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶନ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା , ୱାସିଂଟନ ସୁନ୍ଦର, ରବି ବିଶ୍ନୌଇ , କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଦୀପକ ଚହର ।

ଏକ ଦିବସୀୟ –
ଋତୁରାଜ ଗାଏକ୍ୱାର୍ଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂ, ଶ୍ରେୟସ ଆୟର, କେଏଲ ରାହୁଲ, ସଂଜୁ ସାମସନ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଅବେଶ ଖାନ, ଅର୍ଶଦୀପ ସିଂ, ଦୀପକ ଚହର ।

ଟେଷ୍ଟ ମ୍ୟାଚ –ରୋହିତ ଶର୍ମା, ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ଇଶାନ କିଶନ, କେଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମୀ, ଜସପ୍ରିତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe