ଆମେରିକାରେ ପୁଣି ଥରେ ହେଇଛି ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ।  କୁହାଯାଉଛି ଯେ ଏହି ଛାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଆମେରିକାରେ ଅବସ୍ଥାପିତ ଭାରତୀୟ ଛାତ୍ରମାନେ କିଛି ଦିନ ହେଲାଣି ଆକ୍ରମଣର ଶିକାର ହୋଇ ଆସୁଛନ୍ତି । ଏଥର ଇଣ୍ଡିଆନା ରାଜ୍ୟରେ ଏହି ଘଟଣା ଘଟିଛି ।

Advertisment

ଆମେରିକାର ଇଣ୍ଡିଆନା ରାଜ୍ୟରେ ଜଣେ ୨୪  ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଆକ୍ରମଣକାରୀଙ୍କ ଦ୍ୱାରା ଛୁରାମାଡ଼ କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗଣମାଧ୍ୟମ ଏ ବିଷୟରେ ରିପୋର୍ଟ କରିଥିଲେ। ରବିବାର ସକାଳେ ଇଣ୍ଡିଆନାର ଭାଲପାରାଏସୋ ସ୍ଥିତ ଏକ ପବ୍ଲିକ ଜିମରେ ୨୪  ବର୍ଷିୟ ଆକ୍ରମଣକାରୀ ଜୋର୍ଡାନ ଆଣ୍ଡ୍ରେଡଙ୍କ ଦ୍ଵାରା ତାଙ୍କ କାନମୂଳରେ ଛୁରାମାଡ଼ କରାଯାଇଥିଲା । ଅଧିକାରୀମାନେ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିଲା । ଧାରୁଆ  ଅସ୍ତ୍ରରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ପୋଲିସ କଣ କହିଲା ?

ଏହି ଖବରରେ କୁହାଯାଇଛି, 'ଆକ୍ରମଣକାରୀ ବରୁଣଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଆଘାତର ଗମ୍ଭୀରତା ହେତୁ ତାଙ୍କୁ ଫୋର୍ଟୱେନ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କର ବଞ୍ଚିବାର ସମ୍ଭାବନା କମ୍ ଥିବାର ଜଣାଯାଇଛି । ହିଂସାତ୍ମକ ଆକ୍ରମଣ ପରେ ବରୁଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।ଆକ୍ରମଣକାରୀ ଆଣ୍ଡ୍ରେଡ ପୋଲିସକୁ କହିଛି ଯେ ଘଟଣା ଦିନ ସକାଳେ ସେ ଜିମ୍‌କୁ ମସାଜ କରିବାକୁ ଯାଇଥିଲା । ସେ ମସାଜ କରିବା ପାଇଁ ମସାଜ ରୁମକୁ ଯାଇ ସେଠାରେ ସେ ଅନ୍ୟ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖିଲେ ଯାହାକୁ ସେ ଜାଣି ନଥିଲେ ଏବଂ ଅଜଣା ବ୍ୟକ୍ତିଙ୍କୁ ଦେଖି ସେ ଟିକିଏ ଅଜବ ଅନୁଭବ କରିଥିଲେ ।

ବରୁଣ ଠାରୁ ବିପଦର ଆଶଙ୍କା କରୁଥିଲା ଆଣ୍ଡ୍ରେଡ

ପୋଲିସ କହିଛି ଯେ ବରୁଣ ଠାରୁ ବିପଦର ଆଶଙ୍କା କରୁଥିଲା ଆଣ୍ଡ୍ରେଡ । ତେଣୁ ସେ ଡରିଯାଇ ତାଙ୍କୁ ଆକ୍ରମଣ କରିଥିଲା । କୁହାଯାଉଛି ଯେ ଆକ୍ରମଣ ପରେ ବରୁଣଙ୍କ ବଞ୍ଚିବାର ସମ୍ଭାବନା ମାତ୍ର ପାଞ୍ଚ ପ୍ରତିଶତ। ଆଣ୍ଡ୍ରେଡ ଛୁରୀରେ ବରୁଣଙ୍କ ମୁଣ୍ଡକୁ  ଆକ୍ରମଣ କରିଥିଲା ।  ସେ ପୋଲିସକୁ କହିଛନ୍ତି ଯେ ବରୁଣ ତାଙ୍କୁ ବହୁତ ଭୟଭୀତ ଏବଂ ଧମକ ଦେଲାପରି ଲାଗୁଥିଲା । ଖାସ ଏହିପରି କଳ୍ପିତ  କାରଣରୁ ସେ ଭୟ କରୁଥିଲେ ଯେ ଦିନେ ବରୁଣ ତାଙ୍କୁ ମାରିଦେବ ବୋଲି । ଆଘାତର ଗମ୍ଭୀରତା ହେତୁ ବରୁଣଙ୍କୁ ଫୋର୍ଟ ୱେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର  ବଞ୍ଚିବାର ସମ୍ଭାବନା କେବଳ ଶୂନରୁ ପାଞ୍ଚ ପ୍ରତିଶତ ।