କନକ ବ୍ୟୁରୋ: ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା ସହ ଭାରତୀୟ ତ୍ରିରଙ୍ଗାର ଅପମାନ କରିଥିଲେ ଖଲିସ୍ତାନୀ ସମର୍ଥକ । କିନ୍ତୁ ଏବେ ସେହି ସ୍ଥାନରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଶତାଧିକ ଭାରତୀୟ ସମର୍ଥକ ହାତରେ ତ୍ରିରଙ୍ଗା ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି । ତ୍ରିରଙ୍ଗାରେ କେତେ ଶକ୍ତି ଅଛି, ତାହା ପ୍ରମାଣ କରି ଦେଖାଇଛନ୍ତି ଲଣ୍ଡନରେ ଥିବା ଭାରତୀୟ ।
ବିଭିନ୍ନ ଦେଶାତ୍ମବୋଧ ଗୀତର ତାଳେ ତାଳେ ନାଚିଥିଲେ ଭାରତୀୟ । ଏହାସହ ଭାରତୀୟ ସମ୍ପ୍ରଦାୟ ଖଲିସ୍ତାନୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଯେ କେହିବି ଭାରତକୁ ନାଲି ଆଖି ଦେଖାଇପାରିବେ ନାହିଁ । ଆଉ ସେଠାରେ ରହୁଥିବା ସବୁ ଭାରତୀୟ ଖଲିସ୍ତାନୀଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିବା ସହ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-21-20h30m11s715.jpg)