ଭାରତରେ ପାଳନ କରାଯାଉଥିବା କିଛି ନିୟମ ଯାହା ପଛରେ ରହିଛି ବୈଜ୍ଞାନିକ କାରଣ ! ଆସନ୍ତୁ ଜାଣିବା ଏ ବିଷୟରେ ।

ଭାରତରେ ପାଳନ କରାଯାଉଥିବା କିଛି ନିୟମ ଯାହା ପଛରେ ରହିଛି ବୈଜ୍ଞାନିକ କାରଣ ! ଆସନ୍ତୁ ଜାଣିବା ଏ ବିଷୟରେ ।

source :Business Recorder

ସବୁ ସମୟରେ ସବୁ କାମ କରିହୁଏ ନାହିଁ। ଆପଣ ହୁଏତ ଜାଣିଥିବେ ସମୟ ଅନୁସାରେ କାମକୁ ନେଇ କିଛି କଟକଣା ରହିଛି। କେଉଁ କାମ ଦିନରେ କରିବା ଉଚିତ ଓ କେଉଁ କାମ ରାତିରେ କରିବା ଉଚିତ ସେ ନେଇ କେତେକ ସୀମା ରେଖା ରହିଛି। ତେବେ, ଆସନ୍ତୁ ଆଜି ଜାଣିବା ତାହା ପଛର କାରଣ।

publive-image

ରାତିରେ ନଖ ନକାଟିବା ପାଇଁ ଘରର ବଡ଼ ଲୋକମାନେ ବାରଣ କରିଥାନ୍ତି। ତାହାର କାରଣ ଅନ୍ୟ କିଛି ନୁହେଁ। ଏବେ ସିନା ଚାରିଆଡ଼େ ବିଦ୍ୟୁତ୍ ଯୋଗାଣ ସୁବିଧା ଉପଲବ୍ଧ, ମାତ୍ର ପୂର୍ବରୁ ରାତିରେ ଉପଯୁକ୍ତ ଆଲୋକର ଅଭାବ ଥିବାରୁ ଧାରୁଆ ଜିନିଷର ପ୍ରୟୋଗ ବିପଦ ପାଲଟୁଥିଲା। ଅନେକ ସମୟରେ ନଖ କାଟୁ କାଟୁ ଲୋକ ଆଙ୍ଗୁଠି କାଟି ପକାଉଥିଲେ। ସେଥିପାଇଁ ରାତିରେ ନଖ କାଟିବା ନେଇ କଟକଣା ରହିଥିଲା।

publive-image

କାହାର ମୃତ କର୍ମ ସାରିଲା ପରେ ଗାଧୋଇବା ପ୍ରଥା ରହିଛି। ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ ମୃତ ଶରୀର ଅସ୍ପୃହ୍ୟ ହୋଇଥାଏ । ତାହାକୁ ଛୁଇଁ ଆସିବା ପରେ ଗାଧୋଇ ସାରି ନିଜକୁ ସୁଦ୍ଧ କରାଯାଏ । ମାତ୍ର ଏହା ପଛର ବୈଜ୍ଞାନିକ କାରଣ ହେଉଛି ମଣିଷ ମରିଯିବା ପରେ ଶରୀର ସଂକ୍ରାମକ ପାଲଟିଯାଏ। ସେଥିରେ ଥିବା କୀଟାଣୁ ନାନା ରୋଗର କାରଣ ହୋଇଥାଏ । ସେଥିପାଇଁ ବ୍ୟକ୍ତି ଶବ ସଂସ୍ପର୍ଶରେ ଆସିଲେ ଗାଧୋଇବା ଉଚିତ ।

publive-image

ରାତିରେ ଘର ଝାଡୁ କରିବାକୁ ଅଶୁଭ ମନାଯାଏ। ମାତ୍ର ରାତିରେ ପହଁରିବାକୁ ବାରଣ କରାଯିବାର ପ୍ରକୃତ କାରଣ ହେଉଛି ଅନ୍ଧାରିଆ ଥିବାରୁ କାଳେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଳିଆ ସହ ପଳାଇବ।
ଖରାପ ନଜର ହଟାଇବା ପାଇଁ ଲୋକେ ଘରେ ଲେମ୍ବୁ ଓ କଞ୍ଚାଲଙ୍କା ଟଙ୍ଗାଇ ଥାଆନ୍ତି। ଏହା ପଛରେ ବି ରହିଛି ବୈଜ୍ଞାନିକ କାରଣ। ଲେମ୍ବୁ ଓ ଲଙ୍କାରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏହାର ଗନ୍ଧ ଶରୀର ପାଇଁ ଖୁବ ଭଲ ହୋଇଥାଏ।

publive-image

ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଠାକୁର ଘର ଓ ରୋଷେଇ ଘରକୁ ଯିବାକୁ ପୂର୍ବରୁ ବାରଣ କରାଯାଉଥିଲା। ସେ ସମୟରେ ସାନିଟାରି ନାପ୍କିନ୍ ସୁବିଧା ନଥିବା ହେତୁ ମହିଳାମାନେ ମାସିକଧର୍ମ ସମୟରେ ନିଜକୁ ପରିଷ୍କାର ପରିଚ୍ଛନ ରଖି ପାରୁନଥିଲେ। ସେଥିପାଇଁ ଭଗବାନଙ୍କ ପୂଜା ଘର ବା ରୋଷେଇ ଘରକୁ ବାରଣ କରାଯାଉଥିଲା।
ମଙ୍ଗଳବାର ଓ ଗୁରୁବାର କେଶ ଧୋଇବାକୁ ବାରଣ କରାଯାଏ । ତତ୍କାଳୀନ ସମାଜରେ ପାଣି ନଷ୍ଟକୁ କିଛି ପରିମାଣରେ କିପରି ରୋକାଯାଇ ପାରିବ ବୋଲି ଚିନ୍ତା କରାଯାଇ ଏପରି ଏକ ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe