ଇଞ୍ଜିନ୍ ବିହୀନ ଟ୍ରେନର ହେଲା ସଫଳ ପରୀକ୍ଷଣ । ଟ୍ରାକ୍ରେ ଘଂଟା ପ୍ରତି ୧୮୦ କିମି ବେଗରୁ ଅଧିକ ବେଗରେ ଦଉଡିଛିି ‘ଟ୍ରେନ୍-୧୮’ । ଘଂଟା ପିଛା ଏହି ଟ୍ରେନ୍ ୧୬୦ କିମି ବେଗରେ ଗତି କରିବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଟ୍ରେନଟି ରେକର୍ଡ ଭାଙ୍ଗି ୧୮୦ କିମି ବେଗରେ ଗତି କରିଛି । କୋଟା- ସାୱାର ମାଧେପୁର ଷ୍ଟେସନରେ ଗତକାଲି ଟ୍ରେନଟି ପରୀକ୍ଷାମୂଳକ ଭାବେ ଚଳାଚଳ ହୋଇଛି ।/kanak/media/post_attachments/wp-content/uploads/2018/12/2m6lpxv-300x271.jpg)
୨୦୧୯ ଜାନୁଆରୀରୁ ଏହି ଟ୍ରେନ୍ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଚାଲିବ ବୋଲି ଅନୁମାନ କରାଯାଉଛି । କୁହାଯାଉଛି ଯେ ‘ଟ୍ରେନ୍- ୧୮’ ଘଂଟା ପ୍ରତି ୨୦୦ କିମି ବେଗରେ ଗତି କରିବାର ସାମର୍ଥ୍ୟ ରଖିଛି । କିନ୍ତୁ ଭାରତୀୟ ରେଳ ନେଟୱାର୍କ ସେତିକି ଉନ୍ନତ ଢ଼ଙ୍ଗରେ ବିକଶିତ ନୁହେଁ । ଉଲ୍ଲେଖଯୋଗ୍ୟ, ପ୍ରାରମ୍ଭରେ ମଧ୍ୟ ମୋରଦାବାଦରେ ଏହି ଇଞ୍ଜିନ ବିହୀନ ଟ୍ରେନର ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା । ଘଂଟା ପ୍ରତି ୧୩୦କିମି ବେଗରେ ଏହା ଗତି କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/TRAIN-18.jpg)