ରେଳଯାତ୍ରୀଙ୍କ ପାଇଁ ବଡ ଖବର । ଜୁନ ପହିଲାରୁ ଚାଲିବ ୨୦୦ ନନ-ଏସି ଟ୍ରେନ । ରାସ୍ତାରେ ଶ୍ରମିକ ଚାଲୁଥିଲେ ଷ୍ଟେସନରେ ଛାଡିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଅନୁରୋଧ ।

882

କନକ ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ବଡ ଖବର । ଜୁନ ପହିଲାରୁ ଚାଲିବ ଟ୍ରେନ । ୨୦୦ ନନ-ଏସି ଟ୍ରେନ ପ୍ରତିଦିନ ଚାଲିବ । ଟ୍ୱିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ତେବେ ଖୁବ ଶୀଘ୍ର ବୁକିଂ ହେବ ଅନଲାଇନ ଟିକେଟ । ସବୁ ବର୍ଗର ଲୋକଙ୍କୁ ଏହି ଟିକେଟ ମିଳିବ । ଟିକେଟ ପାଇଁ ବୁକିଂ ଜଲଦି ହେବ । ତେବେ କେଉଁ ଟାଇମ ଟେବୁଲରେ ଚାଲିବ ତାହା ପରେ ସ୍ପଷ୍ଟ କରାଯାଇନି ।

ତେବେ ଶ୍ରମିକଙ୍କୁ ମୁଖ୍ୟ ଷ୍ଟେସନରେ ଛାଡିବାକୁ ରେଳମନ୍ତ୍ରୀଙ୍କ ଅନୁରୋଧ । ରାସ୍ତାରେ ଚାଲୁଥିବା ଶ୍ରମିକଙ୍କୁ ରାଜ୍ୟ ସରକାର ଷ୍ଟେସନରେ ଛାଡିବେ । ସେମାନଙ୍କ ନାମ ପଞ୍ଜୀକରଣ କରି କେନ୍ଦ୍ରକୁ ପଠାଇବେ । ଯାହା ଦ୍ୱାରା ସେମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସୁବିଧା ହେବ ବୋଲି ରେଳ ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଶ୍ରମିକ ସହ ଲୋକଙ୍କ ସୁବିଧା ପାଇଁ ଆହୁରି କିଛି ଟ୍ରେନ ଚାଲିପାରେ ବୋଲି ସଂକେତ ଦେଇଛନ୍ତି ପୀୟୁଷ ।

ସେପଟେ କିଛି ଦିନ ତଳେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କ ଘର ବାହୁଡା ପାଇଁ ସ୍ୱତନ୍ତ୍ର ଟ୍ରେନ ଚାଲିଥିଲା । ରାଜଧାନୀ ଦିଲ୍ଲୀରୁ ରାଜ୍ୟ ରାଜଧାନୀକୁ ଟ୍ରେନ ଚାଲୁଥିଲା । ଆଉ ଏବେ ପୁଣି ୨୦୦ ଟ୍ରେନ ଜୁନ ୧ରୁ ବିଭିନ୍ନ ସ୍ଥାନକୁ ଗଡିବ । ଯଦିଓ ଦେଶରେ କେଉଁ କେଉଁ ସ୍ଥାନକୁ ଏହା ଗଡିବ ସ୍ପଷ୍ଟ ହୋଇନି ମାତ୍ର ଏହା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ।