ଜେନେରାଲ କୋଚର ଯାତ୍ରୀଙ୍କ ପାଇଁ ଖୁସି ଖବର : ଅଣସଂରକ୍ଷିତ କୋଚର ଚେହେରା ବଦଳାଇବ ଭାରତୀୟ ରେଳ, ଚାର୍ଜିଙ୍ଗ ପଏଣ୍ଟ ସହ ମିଳିବ ଆହୁରି ଅନେକ ସୁବିଧା

131

ଆପଣମାନେ ଟ୍ରେନରେ ଯାତ୍ରା କରିଥିବେ ନିଶ୍ଚୟ । ଟ୍ରେନ୍ ଆସି ପ୍ଲାଟଫର୍ମରେ ଲାଗିବା ପରେ ଟ୍ରେନରେ ଚଢ଼ିବା ପାଇଁ ଲୋକମାନେ କରୁଥିବା ଦଉଡ଼ ଧାପଡ଼ ବି ଆପଣମାନେ ଦେଖିଥିବେ । ଖାସ୍ କରି ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କେତେ କଷ୍ଟ କରିବାକୁ ପଡ଼େ ତାହା ନିଶ୍ଚୟ ଦେଖିଥିବେ । ତୁରନ୍ତ ଟ୍ରେନରେ ଚଢ଼ି ବସିବା ପାଇଁ କିପରି ଗୋଟେ ସିଟ୍ ମିଳିଯିବ ସେ ନେଇ ଯାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥାଏ । ଜେନେରାଲ କୋଚରେ ଯାତ୍ରା କଲେ ଆପଣମାନେ ଜାଣି ପାରିବେ କି ଲୋକମାନଙ୍କ କେତେ କଷ୍ଟରେ ଯାତ୍ରା କରିବାକୁ ପଡ଼େ । ଏଥିସହ ଏହି କୋଚଗୁଡ଼ିକ ଆଦୌ ଆରାମଦାୟକ ହୋଇନଥାଏ।

ତେବେ ଏତେ ସବୁ ଅସୁବିଧାକୁ ଆଖି ଆଗରେ ରଖି ଭାରତୀୟ ରେଳ ଏହାର ଏକ ସମାଧାନର ବାଟ ବାହାର କରିଛି। ଅଣସଂରକ୍ଷିତ କୋଚର ଚେହେରା ବଦଳାଇବ ଭାରତୀୟ ରେଳ। ଖୁବ୍ ଶୀଘ୍ର ୭୦୦ଟି ଅଣସଂରକ୍ଷିତ କୋଚ୍ ସାମିଲ କରିବାକୁ ଯାଉଛି ଭାରତୀୟ ରେଳ । ଯେଉଁ କୋଚ୍ରେ ଯାତ୍ରୀମାନଙ୍କ ପାଇଁ ଆରାମ ଦାୟକ ସିଟ୍ ରଖାଯିବା ସହ ପାଣି ବୋତଲ ଏବଂ ଚାର୍ଜିଙ୍ଗ ପଏଣ୍ଟ ରଖାଯିବ । ଏଭଳି କୋଚ୍ ଉପଲବ୍ଧ କରାଇବା ଯୋଜନା ୨୦୧୬ରେ ଆରମ୍ଭ ହୋଇଥିବା ବେଳେ ପ୍ରତି ଟ୍ରେନରେ ଥିବା ଜେନେରାଲ କୋଚରେ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ ଜାରି ରହିଛି । ଏହି ନୂତନ କୋଚର ନାମ ଦିନ୍ ଦୟାଲ କୋଚ୍ ରଖାଯାଇଛି।

Comments are closed.