କନକ ବ୍ୟୁରୋ : ଭାରତୀୟ ଆଇନ ବ୍ୟବସ୍ଥାରେ କୋର୍ଟ କିମ୍ବା ପୋଲିସ ଅଭିଯୁକ୍ତ ବ୍ୟକ୍ତିକୁ ନୋଟିସ କରିଥାଏ । ହେଲେ ଭାରତୀୟ ରେଳ ବିଭାଗ ଭଗବାନ ହନୁମାନଙ୍କୁ ନୋଟିସ କରିଛି । କେବଳ ନୋଟିସ କରିନାହିଁ ଏହି ନୋଟିସ ପତ୍ରକୁ ମନ୍ଦିର କାନ୍ଥରେ ମାରିଛି । ହେଲେ ଭଗବାନ ହନୁମାନଙ୍କୁ ରେଳ ବିଭାଗ ଯେଉଁ କାରଣରୁ ନୋଟିସ କରିଛି ତାହା ଜାଣିଲେ ଆପଣ ଚକିତ ହୋଇଯିବେ । ଭାରତୀୟ ରେଳ ବିଭାଗ ମୁତାବକ ଝାଡଖଣ୍ଡର ଧନବାଦ ଠାରେ ଥିବା ଏହି ହନୁମାନ ମନ୍ଦିରଟି ରେଳ ବିଭାଗର ଜାଗାରେ ନିର୍ମାଣ ହୋଇଛି । ଏନେଇ ରେଳ ବିଭାଗ ଭଗବାନ ହନୁମାନଙ୍କୁ ନୋଟିସ କରି ୧୦ ଦିନ ମଧ୍ୟରେ ରେଳ ବିଭାଗର ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୋଟିସ ଧନବାଦ ସହରର ଡେମ୍ ନିକଟରେ ଥିବା ଏକ ହନୁମାନ ମନ୍ଦିର କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି ।
ନୋଟିସରେ ସିଧା ସଳଖ ହନୁମାନଜୀଙ୍କୁ ସେମ୍ବୋଧିତ କରାଯାଇଛି । ଏଥିରେ କୁହାଯାଇଛି କି ଆପଣ ରେଳ ବିଭାଗର ଜାଗାକୁ ଦଖଲ କରିଛନ୍ତି । ଯାହାକି ଆଇନତ ଅପରାଧ ଅଟେ । ତେଣୁ ଆପଣ ୧୦ ଦିନ ମଧ୍ୟରେ ଯଦି ଏହି ଜାଗା ଖାଲି ନକରୁଛନ୍ତି ତେବେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ରେଳ ବିଭାଗର ଏହି ନୋଟିସକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ସୋମବାର ଓ ମଙ୍ଗଳବାର ଦିନ ଶହ ଶହ ଲୋକ ମନ୍ଦିର ନିକଟରେ ଉପସ୍ଥିତ ରହି ଏହି ନୋଟସିକୁ ବିରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/52-1.jpg)