ଟ୍ରେନ୍ ଟିକେଟ୍ ହଜିଗଲେ କେମିତି କରିବେ ଯାତ୍ରା? ଅସୁବିଧାରେ ପଡିବା ପୂର୍ବରୁ ଜାଣି ରଖନ୍ତୁ ପୂରା ତଥ୍ୟ

403

କନକ ବ୍ୟୁରୋ : ଟ୍ରେନରେ ଯାତ୍ରା ସମୟରେ ବା ଯାତ୍ରା ପୂର୍ବରୁ ଯଦି ଟିକେଟ୍ ହଜିଯାଏ ତାହେଲେ କଣ କରିବେ? କିପରି ଟ୍ରେନରେ ଯାତ୍ରା କରିବେ? ଯତ୍ରୀଙ୍କ ଏହି ପ୍ରକାରର ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ବ୍ୟବସ୍ଥା କରିଛି । ଯଦି ଆପଣ ଅନେକ ସମୟ ଟ୍ରେନରେ ଜାତାୟତ କରୁଛନ୍ତି ତାହେଲେ ଏହି ଖବରକୁ ନିଶ୍ଚୟ ଜାଣି ରଖନ୍ତୁ ।
ଏଣିକି ଟ୍ରେନ୍ ଟିକେଟ୍ ହଜିଗଲେ ଚିନ୍ତା କରିବାର କୌଣସି କଥା ନାହିଁ । କାରଣ ଭାରତୀୟ ରେଳବାଇ ଯାତ୍ରୀଙ୍କ ଏହି ସମସ୍ୟାର ସମାଧାନ ରାସ୍ତା ବାହାର କରିଛି । ଯଦି କୌଣସି ପରିସ୍ଥିତିରେ ଟ୍ରେନ୍ ଟିକେଟ୍ ହଜିଯାଉଛି, ତାହେଲେ ଡୁପ୍ଲିକେଟ୍ ବା ନକଲି ଟିକେଟ ଜରିଆରେ ଯାତ୍ରୀ ଯାତ୍ରା କରିପାରିବେ । କିନ୍ତୁ ଏହା ପାଇଁ ଯାତ୍ରୀଙ୍କୁ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଭାରତୀୟ ରେଳବାଇ ଅନୁଯାୟୀ, ଯଦି ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଟିକେଟ୍ ହଜିବାର ସୂଚନ ମିଳେ ତାହେଲେ, ଏଭଳି ପରିସ୍ତିତିପେ ନକଲି ଟିକେଟ୍ ଜାରି କରିଦିଆଯାଏ । ଏଥିପାଇଁ ଗ୍ରାହକଙ୍କୁ ୫୦ଟଙ୍କା କିମ୍ବା ୧୦୦ ଟଙ୍କା ଦେବାକୁ ପଡିବ । ସେକେଣ୍ଡ ଏବଂ ସ୍ଲିପର କ୍ଲାସ୍ ପାଇଁ ଯାତ୍ରୀଙ୍କୁ ୫୦ଟଙ୍କା ଦେବାକୁ ପଡିବ । ସେହିପରି ବାକି ଅନ୍ୟ କ୍ଲାସ୍ ପାଇଁ ଯାତ୍ରୀଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ । ଆଉ ଯଦି ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ହେବା ପରେ ଟିକେଟ୍ ହଜିବାର ସୂଚନା ମିଳେ ତାହେଲେ ଯାତ୍ରୀଙ୍କୁ ଟିକେଟର ୫୦ ପ୍ରତିଶତ ଟଙ୍କା ପୈଠ କରିବାକୁ ପଡିବ ।
ଧ୍ୟାନ ଦିଅନ୍ତୁ…
ଯଦି ଟିକେଟ୍ କନଫର୍ମ ହୋଇଯାଇଥିବ ଏବଂ କଟି-ଫାଟି ଯାଇଛି, ତାହେଲେ ମଧ୍ୟ ଡୁପ୍ଲିକେଟ୍ ଟିକେଟ୍ ଆବେଦନ କରିପାରିବେ । ଯାହାପାଇଁ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ହେବା ପରେ ଯାତ୍ରାଙ୍କୁ ମୋଟ ଭଡାର ୨୫ ପ୍ରତିଶତ ଦେବାକୁ ପଡିବ ।
ଭାରତୀୟ ରେଳବାଇ ଅନୁଯାୟୀ, ୱେଟିଂ ଲିଷ୍ଟରେ ଥିବା ଟିକେଟ୍ କଟି-ଫାଟି ଯାଇଥିଲେ ଏହା ଉପରେ କୌଣସି ନକଲ ଟିକେଟ୍ ଜାରି ହୋଇପାରିବନି ।
ଏହାଛଡା ଆରଏସି ଟିକେଟ୍ କ୍ଷେତ୍ରରେ, ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ହେବା ପରେ କୌଣସି ନକଲ ଟିକେଟ୍ ଜାରି କରାଯାଇପାରିବ ନାହିଁ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ନକଲ ଟିକେଟ୍ ଆବେଦ କରିବା ପରେ ମୂଳ ଟିକେଟ୍ ଯାତ୍ରୀଙ୍କ ପାଖରେ ଉପଲବ୍ଧ ହୁଏ ଅର୍ଥାତ୍ ହଜିଯାଇଥିବା ଟିକେଟ୍ ଖୋଲି ପାଆନ୍ତି, ତାହେଲେ ସେହି ସ୍ଥାନରେ ଉଭୟ ଟିକେଟକୁ ରେଳବାଇକୁ ଦେଖାଇ ନକଲ ଟିକେଟ୍ ପାଇଁ ଦିଆଯାଇଥିବା ଶୁଳ୍କ ଯାତ୍ରୀ ଫେରସ୍ତ ପାଇ ପାରିବେ । କିନ୍ତୁ ଏଥିରୁ ୫ପ୍ରତିଶତ ଟଙ୍କା କଟିଯିବ