୫୦ ଟଙ୍କା ନୁହେଁ ଏବେ ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । କୋଭିଡ୍ ସଂକ୍ରମଣ ତଳମୁହାଁ ହେବା ପରେ ରେଳ ବିଭାଗର ବଡ ନିଷ୍ପତ୍ତି ।

488

କନକ ବ୍ୟୁରୋ: କମିଲା ପ୍ଲାଟଫର୍ମ ଟିକେଟ୍ ଦାମ । ପ୍ଲାଟଫର୍ମ ଟିକେଟ୍ ଦାମ କମ୍ କଲା ଭାରତୀୟ ରେଳ ବିଭାଗ । କୋଭିଡ୍ ମହାମାରୀ ସମୟରେ ବୃଦ୍ଧି ପାଇଥିବା ପ୍ଲାଟଫର୍ମ ଟିକେଟର ଦାମ ପୁଣି ନିଜର ପୂର୍ବ ଦରକୁ ଫେରିଛି । ଏଣିକି ୫୦ ଟଙ୍କା ନୁହେଁ କେବଳ ୧୦ ଟଙ୍କାରେ ମିଳିପାରିବ ପ୍ଲାଟଫର୍ମ ଟିକେଟ୍ । ଏନେଇ ରେଳ ବିଭାଗ ତରଫରୁ ଘୋଷଣା କରାଯାଇଛି ।

ତେବେ ପ୍ରଥମେ ଏନେଇ ରେଳ ବିଭାଗର ସେଣ୍ଟ୍ରାଲ ଜୋନ୍ ନିଷ୍ପତ୍ତି ନେଇଥିଲା । ଛତ୍ରପତି ଶିବାଜୀ ମହାରାଜ ଟର୍ମିନଓ ସହ ଦାଦର. ଲୋକମାନ୍ୟ ତିଲକ ଟର୍ମିନଓ, ଥାନେ ଷ୍ଟେସନର ପ୍ଲାଟଫର୍ମ ଟିକେଟ୍ କମ କରିଥିଲା ସେଣ୍ଟ୍ରାଲ ଜୋନ୍ । ଏହାପରେ ରେଳ ବିଭାଗ ଏବେ ସାରା ଦେଶରେ ପ୍ଲାଟଫର୍ମ ଟିକେଟ ଦାମ କମ୍ କରିଛି । ମହାମାରୀ ସମୟରେ ରେଳ ବିଭାଗ ପ୍ଲାଟଫର୍ମ ୧୦ଟଙ୍କାରୁ ବଢାଇ ୫୦ ଟଙ୍କା କରିଦିଆଯାଇଥିଲା । ଏହାଫଳରେ ଷ୍ଟେସନରେ ଭିଡ କମ୍ ରହିବ ବୋଲି କହିିଥିଲା ରେଳ ବିଭାଗ । ସଂକ୍ରମଣକୁ କମ କରିବାକୁ ଯାଇ ବିଭାଗ ଏପରି ନିଷ୍ପତ୍ତି ନେଇଥିଲା । ଏବେ ସଂକ୍ରମଣ ତଳମୁହାଁ ହେବା ପରେ ପ୍ଲାଟଫର୍ମ ଟିକେଟ୍ ଦାମ କରିଛି ରେଳ ବିଭାଗ ।

ଅନ୍ୟପଟେ ଆଉ ଏକ ଭଲ ଖବର ହେଉଛି, ସଂକ୍ରମଣ କମିବା ପରେ ଏବେ ଟ୍ରେନ୍ ଯାତ୍ରୀଙ୍କୁ ମିଳିବ ରନ୍ଧା ଖାଦ୍ୟ । ଇଣ୍ଡିଆନ୍ ରେଲୱେ ଏନେଇ ସମସ୍ତ ଅନୁମତି ପ୍ରଦାନ କରିଛି ।