କନକ ବ୍ୟୁରୋ : ଭାରତୀୟ ରେଲୱେ ନେଟୱର୍କ ଯେତେବେଳେ ବିଶ୍ୱର ବଡ ରେଳ ନେଟୱର୍କ ସେତେବେଳେ ଯାତ୍ରୀଙ୍କ ପାଇଁ ମଧ୍ୟ ସେମିତି ସୁବିଧାମାନ ଯୋଗାଇଥାଏ । ଯାତ୍ରୀ ସୁବିଧା ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ସୁବିଧାମାନ ପ୍ରଦାନ କର।।ଇଥାଏ । ମାତ୍ର ଯାତ୍ରୀମାନେ ଏହା ଜାଣି ନଥାନ୍ତି । ଯେପରିକି ମାତ୍ର ୧୦୦ ଟଙ୍କା ବିନିମୟରେ ରେଳ ଷ୍ଟେସନରେ ଆପଣ ହୋଟେଲ ଭଳି ରୁମ ପାଇପାରିବେ । ଯଦି ଆପଣ ଦୂରଯାତ୍ରା କରିବା ପାଇଁ ଚାହୁଁଛନ୍ତି ଏବଂ ଟ୍ରେନ କୌଣସି କାରଣରୁ ବିଳମ୍ବରେ ଆସୁଥାଏ । ଯଦି ଆପଣ ରହିବା ପାଇଁ ଚାହାନ୍ତି ତାହେଲେ କୌଣସି ହୋଟେଲ କିମ୍ବା ଲଜରେ ରହିବା ଅପେକ୍ଷା ଶସ୍ତାରେ ସୁନ୍ଦର ରୁମ ପାଇପାରିବେ ।

Advertisment

ଯାତ୍ରୀମାନେ ରହିବା ପାଇଁ ଷ୍ଟେସନରେ ହୋଟେଲ ପରି ରୁମର ବ୍ୟବସ୍ଥା କରାଯାଇଛି । ଏପରିକି ଏସି ରୁମ ସହ କୋଠରୀରେ ସମସ୍ତ ପ୍ରକାର ସୁବିଧାମାନ ମଧ୍ୟ ରହିଛି । ତେବେ ରୁମର ବ୍ୟବସ୍ଥା ହିସାବରେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ । ତେବେ ୧୦୦ ଟଙ୍କାରୁ ଆରମ୍ଭ ହୋଇ ଏହାର ମୂଲ୍ୟ ୭୦୦ ପର୍ଯ୍ୟନ୍ତ ରହିଛି । ତେବେ ଏଥିପାଇଁ ଆପଣଙ୍କୁ ବୁକିଂ କରିବା ପାଇଁ ପଡ଼ିବ ।

କେମିତି କରିବେ ବୁକିଂ

  • ପ୍ରଥମେ irctc ରେ ଆକାଉଣ୍ଟ ଖୋଲିବାକୁ ପଡ଼ିବ
  • ଲଗଇନ୍ କରନ୍ତୁ ଏବଂ ମାଇଁ ବୁକିଂକୁ ଯାଆନ୍ତୁ
  • ଆପଣଙ୍କ ଟିକେଟ ବୁକିଂର ତଳେ ରିଟାୟାରିଂ ରୁମର ଅପସନ ଦେଖାଯିବ
  • ଆପଣ ଏଠାରେ କ୍ଲିକ୍ କରିବା ପରେ ରୁମ ବୁକ କରିବାର ଅପସନ ଦେଖିବେ
  • PNR ନମ୍ବର ଭରିବା ଆବଶ୍ୟକତା ନାହିଁ
  • କିଛି ବ୍ୟକ୍ତିଗତ ସୂଚନା ଏବଂ ଭ୍ରମଣ ସୂଚନା ପୂରଣ କରିବାକୁ ପଡ଼ିବ
  • ଏବେ ଆପଣ ଦେୟ ଭରିବା ପରେ ରୁମ୍ ବୁକ୍ ହୋଇଯିବ