କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ କୋଭିଡ-୧୯ ବିରୋଧୀ ଲଢେଇରେ ବାଂଲାଦେଶକୁ ସହାୟତା କରିବାକୁ ୨୦୦ ମେଟ୍ରିକ ଟନ୍ ତରଳ ଅକ୍ସିଜେନ ନେଇ ରବିବାର ଦିନ ବାଂଲାଦେଶରେ ପହଂଚିବ । ଏହା ଭାରତ ତରଫରୁ ପ୍ରଥମଥର ପାଇଁ କରାଯାଇଛି କି ଏହି ଜୀବନ ରକ୍ଷାକାରୀ ଅକ୍ସିଜେନକୁ ଗୋଟିଏ ଦେଶରୁ ଅନ୍ୟ ଗୋଟିଏ ଦେଶକୁ ପଠାଯାଉଛି । ଝାଡଖଣ୍ଡର ଟାଟାନଗରରୁ ୧୦ ଟି କଣ୍ଟେନର ସହାୟତାରେ ଶନିବାର ଦିନ ଅକ୍ସିଜେନ ବୋଝେଇ ଟ୍ରେନ୍ ବାହାରିଛି । ଯାହାକି ରବିବାର ଦିନ ବାଂଲାଦେଶର ବେନାପୋଲରେ ପହଂଚିବ ବୋଲି ଆଶା କରାଯାଉଛି ।
କହିରଖୁ କି କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ଅକ୍ସିଜେନ ଅଭାବ ଜନିତ ସମସ୍ୟାକୁ ତୁରନ୍ତ ପୂରଣ କରିବା ପାଇଁ ଦେଶରେ ଅକ୍ସଜେନ ଏକ୍ସପ୍ରେସ ପରିଚାଳନା ଆରମ୍ଭ ହୋଇଥିଲା । ରେଳ ବିଭାଗ ତରଫରୁ ୨୦୨୧ ଏପ୍ରିଲ ୨୪ ତାରିଖରେ ଏହି ଅଭିଯାନ ଆରମ୍ଭ କରି ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ହସ୍ପିଟାଲକୁ ୩୮,୮୪୧ ମେଟ୍ରିକ ଟନ୍ ଅକ୍ସିଜେନ ପହଂଚାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶରେ ମହାମାରୀର ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଦେଖା ଦେଇଥିବା ଅକ୍ସିଜେନ ସଂକଟକୁ ପୂରଣ କରିବାକୁ ରେଳ ବିଭାଗ ଏଭଳି ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରେ ଅଧିକ ଅକ୍ସିଜେନ ଷ୍ଟକ ରଖିଥିବା ରାଜ୍ୟମାନେ ଅକ୍ସିଜେନ ନିଅଣ୍ଟିଆ ଥିବା ରାଜ୍ୟମାନଙ୍କୁ ଟ୍ରେନ୍ ସହାୟତାରେ ଅକ୍ସିଜେନ ଯୋଗାଇ ଦେଇଥିଲେ ।
କହିରଖୁ କି ଏବେ ବାଂଲାଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଛି । କରୋନା ରୋଗୀଙ୍କୁ ଚିକିତ୍ସା କରିବାରେ ଆବଶ୍ୟକ ହେଉଥିବା ଅକ୍ସିଜେନ ଅଭାବ ଦେଖାଦେବା ନେଇ ଭାରତ ସରକାର ସୂଚନା ପାଇବା ପରେ ପଡୋଶୀ ଦେଶ ବାଂଲାଦେଶକୁ ଅକ୍ସିଜେନ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ପଥମ ଦଫାରେ ଆଜି ୨୦୦ ମେଟ୍ରିକ ଟନ୍ ତରଳ ମେଡିକାଲ ଅକ୍ସିଜେନ ବାଂଲାଦେଶକୁ ପଠାଯାଇଛି ।