ଟ୍ରେନ ଆସିବ ଲାଇଟ୍ ଜଳିବ । ଟ୍ରେନ ଗଲା ପରେ ଆପେଆପେ ଲିଭିଯିବ ଲାଇଟ୍ । ବିଜୁଳି ଶକ୍ତି ବଞ୍ଚାଇବାକୁ ଭାରତୀୟ ରେଲୱେର ନିଆରା ପଦକ୍ଷେପ

2,226

କନକ ବ୍ୟୁରୋ: ଟ୍ରେନ ଆସିବ ଲାଇଟ୍ ଜଳିବ । ଟ୍ରେନ ଗଲା ପରେ ଲିଭିଯିବ ଲାଇଟ୍ । ଏଣିକି ଷ୍ଟେସନରେ କି ପ୍ଲାଟଫର୍ମରେ ଅଯଥା ଜଳିବନି ଆଲୁଅ । ବିଜୁଳି ଶକ୍ତି ବଞ୍ଚାଇବାକୁ ନିଆଯାଇଛି ନିଆରା ପଦକ୍ଷେପ । ଟ୍ରେନ ଆସିବା ମାତ୍ରେ ପ୍ଲାଟଫର୍ମର ସବୁ ଆଲୁଅ ଜଳି ଉଠିବ । ମାତ୍ର ଟ୍ରେନ ଯିବା ପରେ ଜଳୁଥିବା ସମସ୍ତ ଆଲୁଅ ଆପେଆପେ ଲିଭିଯିବ । ଭାରତୀୟ ରେଳ ପକ୍ଷରୁ ଭୋପାଲ ଡିଭିଜନରେ ଏଭଳି ଉଦ୍ୟମ କରାଯାଇଛି ଆଉ ପ୍ରାଥମିକ ପର୍ଯ୍ୟାୟରେ ଜବଲପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଏବି ବ୍ୟବସ୍ଥା ଆପଣାଯାଇଛି ।

ତେବେ ପ୍ଲାଟଫର୍ମର ଲାଇଟକୁ ପ୍ରାରମ୍ଭିକ ସିଗନାଲ ସହ ସଂଯୋଗ କରାଯାଇଛି । ପ୍ଲାଟଫର୍ମକୁ ଟ୍ରେନ ଆସିବା ପୂର୍ବରୁ ସିଗନାଲ ପାଖରେ ପହଞ୍ଚିବା ମାତ୍ରେ ଲାଇଟ ଜଳିବ ଆଉ ଶେଷ ସିଗନାଲ ଦେଇ ଯିବା ପରେ ବନ୍ଦ ହୋଇଯିବ । ବଡକଥା ହେଉଛି ଜରୁରୀ ସେବା ପାଇଁ ମାତ୍ର ୩୦ ପ୍ରତିଶତ ଆଲୁଅ ଜଳିବ ବାକି ୭୦ ପ୍ରତିଶତ ଆପେ ଲିଭିଯିବ । ତେବେ ମଧ୍ୟପଦେଶରେ ନିଆଯାଇଥିବା ଏହି ପଦକ୍ଷେପ ସଫଳ ହେଲେ ଆଗାମୀ ଦିନରେ ଭାରତୀୟ ରେଲୱେ ରେକର୍ଡ ରଚିବ ।