କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ୍ ଜାରି କରିଛି ଭାରତୀୟ ରେଳବାଇ । ଗତ ଦୁଇବର୍ଷ ମଧ୍ୟରେ କରୋନା ପାଇଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କରୋନା ଭାଇରସ୍ ପାଇଁ ଅଲେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରେଳବାୟୀ ନୂଆ ଗାଇଡଲାଇନ୍ ଜାରି କରିଛି ।
ଦକ୍ଷିଣ ରେଳବାଇ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଛି । ଟ୍ରେନରେ ‘ନୋ ଭ୍ୟାକ୍ସିନ୍, ନୋ ଏଣ୍ଟ୍ରି’ ପଲିସି ଗାଇଡଲାଇନ୍ ଆଣିଛି ରେଳବାଇ । ଏହି ନୂଆ ଗାଇଡଲାଇନ୍ ଅନୁଯାୟୀ, ଟିକା ନେଇନତିବା ବ୍ୟକ୍ତିଙ୍କୁ ଟ୍ରେନରେ ଯାତ୍ରା କରିବାର ଅନୁମତି ମିଳିବ ନାହିଁ । ଅର୍ଥାତ୍ ଟ୍ରେନ୍ ଯାତ୍ରା ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ସବୁଠୁ ବଡ କଥା ହେଉଛି ସିଂଗଲ ଡୋଜ୍ ନେଇଥିବା ଲୋକଙ୍କୁ ବି ଟ୍ରେନରେ ଯାତ୍ରା କରିବାର ସୁଯୋଗ ମିଳିବ ନାହିଁ । ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତି ହିଁ ଟ୍ରେନରେ ଯାତ୍ରା କରିପାରିବେ ।
ରେଳବାଇ ଏହି ମଧ୍ୟ କହିଛି କି, କରୋନା ଗାଇଡଲାଇନକୁ ମାନିବା ବାଧ୍ୟତାମୂଳକ । ଟ୍ରେନ୍ ଟିକେଟ୍ କରିବା ସମୟରେ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ । ଯେଉଁ ଯାତ୍ରୀଙ୍କ ପାଖରେ ସାର୍ଟିଫିକେଟ୍ ଥିବ ସେହିମାନଙ୍କର ଟିକେଟ୍ ଜାରି କରିଯିବ । ଦିକ୍ଷିଣ ରେଳବାଇର ଏହି ଗାଇଡଲାଇନକୁ ଦେଖି ଅନ୍ୟ ରେଳବାୟୀ ବି ଏହି ନିୟମକୁ ଲାଗୁ କରିପାରନ୍ତି
କରୋନା କାଳରେ ରେଳବାଇ ଜାରିକଲା ନୂଆ ଗାଇଡଲାଇନ୍ । ନଜାଣିଲେ ପଡିପାରନ୍ତି ଅସୁବିଧାରେ
/kanak/media/post_attachments/wp-content/uploads/2022/01/17-10.jpg)