ବନ୍ଦ ହୋଇପାରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ! ପ୍ରବାସୀ ଟ୍ରେନରେ ବ୍ରେକ୍ ଲଗାଇ ନେଇ ରେଳବାଇର ସଂକେତ: ଜାଣନ୍ତୁ କଣ ରହିଛି କାରଣ

Advertisment
ବନ୍ଦ ହୋଇପାରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ! ପ୍ରବାସୀ ଟ୍ରେନରେ ବ୍ରେକ୍ ଲଗାଇ ନେଇ ରେଳବାଇର ସଂକେତ: ଜାଣନ୍ତୁ କଣ ରହିଛି କାରଣ

କନକ ବ୍ୟୁରୋ: ବନ୍ଦ ହୋଇପାରେ ଶ୍ରମିକ ଟ୍ରେନ୍ । ତାଲାବନ୍ଦ କଟକଣା ଯୋଗୁଁ ବିଭିନ୍ନ ପ୍ରାନ୍ତରେ ଫଶିରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନକୁ ବନ୍ଦ କରିବାକୁ ସଂକେତ ଦେଲା ଭାରତୀୟ ରେଳ ମନ୍ତ୍ରାଳୟ । ଭାରତୀୟ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରୁ ଅତିରିକ୍ତ ୩୨୧ଟି ଶ୍ରମିକ ଟ୍ରେନ ଚଳାଇବା ପାଇଁ ଅନୁରୋଧ ଗ୍ରହଣ କରିଛି । ଫଳରେ ପରିସ୍ଥିତିକୁ ନଜରରେ ରଖି ରେଳ ମନ୍ତ୍ରାଳୟ ତୁରନ୍ତ ଏହି ସେବା ଶେଷ ବନ୍ଦ କରିବାକୁ ନିଷ୍ପତି ନେବା ନେଇ ସମ୍ଭାବନା ଦେଖାଦେଇଛି ।

ରେଳ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନର ଚାହିଦା ରହିଛି, ସେ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚଳାଚଳ କରିବ। ରେଲୱେ ବୋର୍ଡର ଅଧ୍ୟକ୍ଷଙ୍କ ତରଫରୁ ମେ ୨୯ ତାରିଖରେ ବିଭିନ୍ନ ରାଜ୍ୟର ସରକାରଙ୍କ ନିକଟକୁ ପଠାଯାଇଥିବା ଏକି ଚିଠିକେ ଅନୁରୋଧ କରାଯାଇଛି ଯେ, ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛା କରୁଥିବା ପଞ୍ଜୀକୃତ ପ୍ରବାସୀଙ୍କ ତାଲିକା ଉପରେ ନଜର ରଖିବା ଉଚିତ ।  ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମେ ୩୦ ପର୍ଯ୍ୟନ୍ତ ରେଳବାଇକୁ ୩୨୧ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଅନୁମତି ମଗାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦୦୦ ଲକ୍ଷ ଟ୍ରେନ୍ ଯୋଗେ ପ୍ରାୟ ୫୬ ଲକ୍ଷ ପ୍ରବାସୀ ଶ୍ରମିକ ଏବଂ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରିସାରିଲେଣି । କିନ୍ତୁ ବର୍ତ୍ତମାନ ଏହି ଟ୍ରେନର ଚାହିଦା ହ୍ରାସ ପାଇଛି।

ସେହିଭଳି ରେଳ ମନ୍ତ୍ରାଳୟ ତରଫରୁ କେବଳ ୩୨୧ ଟି ଟ୍ରେନ୍ ଦାବି କରାଯାଇଛି ଏବଂ ଅଧିକାଂଶ ଟ୍ରେନ୍ ପଶ୍ଚିମବଙ୍ଗ ପାଇଁ ରହିଛି। ଦୈନିକ ହାରାହାରି ୨୦୦ ରୁ ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଉଥିବା ଭାରତୀୟ ରେଳବାଇ ଆସନ୍ତା ୨ ଦିନ ମଧ୍ୟରେ ୩୨୧ ଟ୍ରେନର ଚାହିଦା ପୂରଣ କରିବାର କ୍ଷମତା ରଖିଛି। ଏଭଳି ପରିସ୍ଥିତିରେ ଦୁଇ ଦିନ ପରେ ଶ୍ରମିକଙ୍କ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ରାଜ୍ୟଗୁଡିକରୁ ପର୍ଯ୍ୟନ୍ତକ୍ରମେ ଟ୍ରେନ୍ ପଠାଇବାକୁ ରେଳବାଇ ପକ୍ଷରୁ ଦାବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe