ଆଉ ବରଦାସ୍ତ କରାଯିବନି ଯାତ୍ରୀଙ୍କ ବ୍ୟବହାର...ଏଣିକି କାହାକୁ ଅପମାନ କଲେ ଅଧାରୁ ଅଟକିବ ଯାତ୍ରା...ରେଳଯାତ୍ରାରେ ସବୁଦିନ ପାଇଁ ଲାଗିଯିବ ବ୍ରେକ୍

Advertisment
ଆଉ ବରଦାସ୍ତ କରାଯିବନି ଯାତ୍ରୀଙ୍କ ବ୍ୟବହାର...ଏଣିକି କାହାକୁ ଅପମାନ କଲେ ଅଧାରୁ ଅଟକିବ ଯାତ୍ରା...ରେଳଯାତ୍ରାରେ ସବୁଦିନ ପାଇଁ ଲାଗିଯିବ ବ୍ରେକ୍

କନକ ବ୍ୟୁରୋ: ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଏଣିକିରେ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ଆପଣ କୌଣସି ଯାତ୍ରୀଙ୍କୁ ହଇରାଣ କରନ୍ତି କିମ୍ବା କାହାକୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରନ୍ତି ତେବେ ଆପଣଙ୍କ ଯାତ୍ରା ଉପରେ ସବୁଦିନ ପାଇଁ ରୋକ୍ ଲଗାଇଦେଇପାରେ ଭାରତୀୟ ରେଳ ମନ୍ତ୍ରାଳୟ । ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କଥା ଅନୁସାରେ, ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ଯାତ୍ରୀ ଅପମାନଜନକ କିମ୍ବା ଅନିୟନ୍ତ୍ରିତ ବ୍ୟବହାର କରୁଥିବାର ନଜର ଆସନ୍ତି ତେବେ ମନ୍ତ୍ରାଳୟ ପକ୍ଷରୁ ତାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇପାରେ । ତେବେ ଏଭଳି ଯାତ୍ରୀ ତଥା ବ୍ୟକ୍ତିଙ୍କୁ ନୋ ଟ୍ରାଭେଲ୍ ଲିଷ୍ଟରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛି ଭାରତୀୟ ରେଳ ମନ୍ତ୍ରାଳୟ ।

publive-image

ରେଳ ମନ୍ତ୍ରାଳୟର ସୂଚନାନୁଯାୟୀ, କୌଣସି ବି ଏୟାରଲାଇନ କଂପାନୀମାନଙ୍କ ଦ୍ୱାରା ପୂର୍ବରୁ ଏହି ନିୟମ ଲାଗୁ ହୋଇଥିବା ଯାତ୍ରୀଙ୍କୁ ମଧ୍ୟ ରେଳ ମନ୍ତ୍ରାଳୟର ଏହି ନୋ ଟ୍ରାଭେଲ ଲିଷ୍ଟରେ ସାମିଲ କରାଯିବ । ଏଥିପାଇଁ ରେଳ ମନ୍ତ୍ରାଳୟ ଏୟାରଲାଇନଠାରୁ ପ୍ରତିବନ୍ଧକ ଲଗାଯାଇଥିବା ଯାତ୍ରୀଙ୍କ ତାଲିକା ସଂଗ୍ରହ କରି ନିଜ ସିଷ୍ଟମରେ ସାମିଲ କରିବ । ଯାହାଦ୍ୱାରା ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ବ୍ୟକ୍ତିଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ।

publive-image

ପୂର୍ବରୁ ଏପ୍ରିଲ୍ ୨୦୧୭ରେ ଶିବସେନା ସାଂସଦ ରବିନ୍ଦ୍ର ଗାୟକୱାଡଙ୍କ ବିରୋଧରେ ମଧ୍ୟ ଫ୍ଲାଇଟରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ବିମାନ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ଆସିଥିଲା । ଏହାପରେ କଂପାନୀ ପକ୍ଷରୁ ତାଙ୍କ ବିମାନଯାତ୍ରା ଉପରେ ୪ ମାସ କାଳ ରୋକ୍ ଲଗାଯାଇଥିଲା ତେବେ ପରବର୍ତ୍ତୀ ସମୟରେ କଂପାନୀ ପକ୍ଷରୁ ଏହାକୁ ହଟାଇ ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe