କନକ ବ୍ୟୁରୋ : ବିଶ୍ୱର ସର୍ବବୃହତ ରେଳ ନେଟୱାର୍କ ମଧ୍ୟରୁ ଭାରତୀୟ ରେଳ ନେଟୱାର୍କ ଅନ୍ୟତମ । ଭାରତୀୟ ରେଳବାଇ ପ୍ରାୟତ ବହୁଳ ଭାବରେ ଭ୍ରମଣର ଧାରା ମଧ୍ୟରେ ଗଣାଯାଇଥାଏ । ଭାରତରେ ଅଧିକାଂଶ ଯାତ୍ରୀ ଦୈନିକ ଟ୍ରେନ୍ ମାଧ୍ୟମରେ ଯାତାୟାତ କରିଥାନ୍ତି । ଆପଣ ଟ୍ରେନରେ ଯାତାୟାତ କରୁଥିବା ସମୟରେ ନିଶ୍ଚିୟ ରେଳ ଷ୍ଟେସନରେ ଲାଗିଥିଲା ଷ୍ଟେସନ ବୋର୍ଡ ଉପରେ ନିଶ୍ଚୟ ଲକ୍ଷ ଦେଇଥିବେ । ଏହି ଷ୍ଟେସନ ବୋର୍ଡରେ ଡ ଷ୍ଟେସନର ନାମ ହଳଦିଆ ରଙ୍ଗରେ ଲେଖା ହୋଇଥାଏ । ହେଲେ ଆପଣ କେବେ ଭାବିଛନ୍ତି ଏହି ବୋର୍ଡର ରଙ୍ଗ କାହିଁକି ସର୍ବଦା ହଳଦିଆ ହୋଇଥାଏ । ଏହି ବୋର୍ଡ ଗୁଡିକ କାହିଁକି ନାଲି, କଳା କିମ୍ବା ଅନ୍ୟ କୌଣସି ରଙ୍ଗ ହୋଇନଥାଏ । ଆପଣ ଅନେକ ଥର ଏହି ବୋର୍ଡ ଦେଖିଥିବେ ସତ ହେଲେ ଏହା ପଛରେ ଥିବା କାରଣ କଥା କେବେ ଭାବିନଥିବେ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ ।

Advertisment

ଆପଣ ହୁଏତ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ବୋର୍ଡର ରଙ୍ଗ ହଳଦିଆ ହେବା ପଛରେ ରହିଛି ବୈଜ୍ଞାନିକ କାରଣ । ଭାରତରେ ନିର୍ମିତ ପ୍ରତ୍ୟେକ ରେଳ ପ୍ଲାଟଫର୍ମର ଆରମ୍ଭ ଓ ଶେଷ ରେ ରହିଛି ଏହି ହଳଦିଆ ରଙ୍ଗର ଷ୍ଟେସନ ବୋର୍ଡ । ଏହି ବୋର୍ଡରେ ହଳଦିଆ ରଙ୍ଗ ଉପରେ କଳା ରଙ୍ଗରେ ଷ୍ଟେସନର ନାମ ଲେଖାହୋଇଥାଏ । ତେବେ ବାସ୍ତବରେ ସମାନତାକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ସମାନ ରଙ୍ଗରେ ଏପରି ଲେଖାହୋଇଥାଏ । ଭିଜିବିଲିଟି ସ୍ପେକ୍ଟ୍ରମରେ ରଙ୍ଗର ତରଙ୍ଗର ଦୈର୍ଘ୍ୟ ଦୃଷ୍ଟିରୁ ସାତଟି ପ୍ରାଥମିକ ରଙ୍ଗ ମଧ୍ୟରେ ହଳଦିଆ ରଙ୍ଗ ତୃତୀୟ ସ୍ଥାନରେ ରହିଛି । ବୈଜ୍ଞାନିକଙ୍କ ଭାଷାରେ ରଙ୍ଗର ତରଙ୍ଗର ଦୈର୍ଘ୍ୟ ଯେତେ ଅଧିକ, ତାହା ଦୂରରୁ ସେତେ ସ୍ପଷ୍ଟ ଦେଖାହୋଇଥାଏ । ଏହି ଦିଗରେ ନାଲି ରଙ୍ଗ ତାଲିକାର ଶୀର୍ଷ ସ୍ଥାନରେ ରହିଛି । , ଏଥିପାଇଁ ଟ୍ରାଫିକ୍ ସିଗ୍ନାଲରେ ଯାନବାହନକୁ ଅଟଳାଇବା ପାଇଁ ଏହି ରଙ୍ଗର ବ୍ୟବହାର କରାଯାଇଥାଏ । ତେବେ ଷ୍ଟେସନରେ ହଳଦିଆ ରଙ୍ଗର ବ୍ୟବହାର ପଛର କାରଣ , ଏହା ଦୂରରୁ ଉଜ୍ଜ୍ୱଳ ଏବଂ ସ୍ପଷ୍ଟ ଦେଖାହୋଇଥାଏ । ଏହାବ୍ୟତୀତ ଏହା ଲୋକୋପାଇଲଟ୍ଙ୍କୁ ଦୂରରୁ ଟ୍ରେନ୍ ଦେଖିବାରେ ସାହାର୍ଯ୍ୟ କରିଥାଏ । ଯାହା ଫଳରେ ଲୋକୋପାଇଲଟ୍ ଟ୍ରେନ୍ ଗତିକୁ ହ୍ରାସ କରିଥାନ୍ତି । ଏବଂ ରାତିର ଅନ୍ଧକାର ମଧ୍ୟରେ ଏହି ରଙ୍ଗ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ । ଯଦି ବୈଜ୍ଞାନିକ ମାନଙ୍କ ମତ ଦେଖିବା ତେବେ , ଲାଲ୍ ରଙ୍ଗ ପରେ ହଳଦିଆ ରଙ୍ଗର ୱେଭ୍ଲେନ୍ଥ ଅଧିକା ହୋଇଥାଏ ।

ଷ୍ଟେସନ ବୋର୍ଡରେ ହଳଦିଆ ରଙ୍ଗରେ ଲେଖା ହେବାର ମୁଖ୍ୟ କାରଣ ହେଉଛି, ହଳଦିଆ ରଙ୍ଗର ଲାଟେରାଲ୍ ପେରିଫେରାଲ୍ ଦର୍ଶନ ଲାଲ୍ ରଙ୍ଗ ତୁଳନାରେ ୧,୨୪ ଗୁଣ ଅଧିକ । ଏହାର ଅର୍ଥ ଅନ୍ୟ ରଙ୍ଗ ଅପେକ୍ଷା ଏହି ରଙ୍ଗକୁ ଦୂରରୁ ଦେଖିବା ସହଜ ହୋଇଥାଏ । ଏବଂ ଅନ୍ଧକାର କିମ୍ବା କୁହୁଡି ଜଳବାୟୁ ମଧ୍ୟରେ ଏହି ରଙ୍ଗକୁ ସ୍ପଷ୍ଟ ଭାବେ ଦେଖିହୁଏ । ଏହାସହ ହଳଦିଆ ଷ୍ଟେସନ ବୋର୍ଡରେ ଥିବା କଳା ରଙ୍ଗ ଲେଖା ଗୁଡିକୁ ଦୂରରୁ ଦୃଶ୍ୟମାନ ହୋଇଥାଏ । ଯାହା ଲୋକୋପାଇଲଟ୍ଙ୍କୁ ଟ୍ରେନ ଗତି କମାଇବାରେ ସହାୟକ ହୋଇଥାଏ ।