୯୨ ପଇସାରେ ୧୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ! ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଦେଉଛି ଏଭଳି ସୁବିଧା, ଜାଣନ୍ତୁ ଏଥିପାଇଁ ଯାତ୍ରୀଙ୍କୁ କଣ କରିବାକୁ ପଡିବ

78

ରେଳ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ ଖବର । ଯଦି ଆପଣ ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ରେଳବିଭାଗ ଯାତ୍ରୀଙ୍କୁ ଦେଉଥିବା କିଛି ସୁବିଧା ବିଷୟରେ ଜାଣି ରଖିବା ଆବଶ୍ୟକ । ରେଳବିଭାଗ ଯାତ୍ରୀଙ୍କ ସୁରକ୍ଷା ବିଭିନ୍ନ ପଦକ୍ଷେପ ନେଇଥାଏ । ସେଥିମଧ୍ୟରୁ ରେଳଯାତ୍ରା ସମୟରେ ଯାତ୍ରୀଙ୍କ ବୀମା ଅନ୍ୟତମ । ରେଳଯାତ୍ରା ସମୟରେ ଯାତ୍ରୀଙ୍କୁ ରେଳବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମାର ସୁବିଧା ଦିଆଯାଇଥାଏ । ଆଉ ଏଥିପାଇଁ ରେଳବିଭାଗ ଯାତ୍ରୀଙ୍କ ଠାରୁ ମାତ୍ର ୯୨ ପଇସା ନେଇଥାଏ । ଆଉ ଏହା ବଦଳରେ ୧୦ ଲକ୍ଷ ଟଙ୍କାର ଜୀବନ ବୀମାର ସୁବିଧା ଦେଇଥାଏ । ରେଳ ବିଭାଗ ଦେଉଥିବା ଏହି ସୁବିଧାର ଲାଭ ଯାତ୍ରୀ ନେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରିଥାଏ ।

ଏହି ସୁବିଧା ନେଇଥିବା କୌଣସି ଯାତ୍ରୀଙ୍କର ଯଦି ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଆଇନସମତଃ ଉତ୍ତରାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥାଏ । ସେହିଭଳି ରେଳ ଦୁର୍ଘଟଣାରେ ଶାରୀରିକ ଅକ୍ଷମ ଯାତ୍ରୀଙ୍କୁ ୭.୫ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ତେବେ ଏହି ସୁବିଧାର ଫାଇଦା କେବଳ ଅନଲାଇନରେ ଟିକେଟ କରୁଥିବା ଯାତ୍ରୀ ପାଇପାରିବେ । ଆଇଆରସିଟିସି ୱେବସାଇଟରୁ ଟିକେଟ ବୁକ୍ କରିବା ବେଳେ ଯାତ୍ରୀଙ୍କୁ ଜୀବନବୀମା କରିବା ପାଇଁ ବିକଳ୍ପ ଦିଆଯାଇଥାଏ । ରେଳଯାତ୍ରା ସମୟରେ ଦୁର୍ଘଟଣା ଘଟିଲେ ହିଁ ଏହି ସୁବିଧା ଯାତ୍ରୀଙ୍କୁ ମିଳିଥାଏ । ତେଣୁ ଟିକେଟ ବୁକ କରିବା ବେଳେ ନୋମିନଙ୍କ ପୂରା ତଥ୍ୟ ଦେବାକୁ ଆଦୌ ଭୂଲନ୍ତୁ ନାହିଁ ।

ଟ୍ରେନ ଦୁର୍ଘଟଣା ହେବାର ୪ ମାସ ମଧ୍ୟରେ ଇନସ୍ୟୁରାନ୍ସ କମ୍ପାନିକୁ ଏ ବାବଦରେ ଅବଗତ କରିବାକୁ ପଡ଼ିବ । ଆବେଦନକାରୀଙ୍କୁ ଏନଇଏଫଟି ମାଧ୍ୟମରେ ଟଙ୍କା ମିଳିଥାଏ । ତେବେ ଏଥିରେ ଯଦି କୌଣସି ଫ୍ରଡ ହୋଇଥିବାର ଜଣାପଡେ ତେବେ ଏହାର ଫାଇଦା ଆବେଦନକାରୀଙ୍କୁ ମିଳିବ ନାହିଁ ।