ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେଲା ଟ୍ରେନ୍ ଯାତ୍ରା । ଏବେ ଦେବାକୁ ପଡିବ ୩ଗୁଣା ଭଡା… 

3,379
କନକ ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲ୍ ଏବଂ ଗ୍ୟାସ ଦର ବୃଦ୍ଧି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଉ ଏହାରି ମଧ୍ୟରେ ମହଙ୍ଗା ହେଲା ଟ୍ରେନ୍ ଯାତ୍ରା । ପ୍ଲାଟଫର୍ମ ଟିକେଟ୍ ପାଇଁ ବି ଦେବାକୁ ପଡିବ ୩ଗୁଣା… ଯହା ଲୋକଙ୍କ ପକେଟ୍ ଉପରେ ବଡ ପ୍ରଭାବ ପକାଇବ ।
ପ୍ଲାଟଫର୍ମ ଟିକେଟ୍ ୫ଗୁଣା…
କରୋନା ମହାମାରି ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ପ୍ଲାଟଫର୍ମ ଟିକେଟ୍ ବ୍ୟବସ୍ଥାକୁ ଦିଲ୍ଲୀରେ ପୁଣିଥରେ ଲାଗୁ କରିଛି ଭାରତୀୟ ରେଳବାୟୀ । ପ୍ଲାଟଫର୍ମ ଟିକେଟ୍ ଲାଗୁ ହେବା ସହିତ ଏହାକୁ ୩ଗୁଣା ବଢାଇ ଦିଆଯାଇଛି । ପୂର୍ବରୁ ପ୍ଲାଟଫର୍ମ ଟିକେଟ୍ ୧୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୦ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ଯଦି ଆପଣ ଆପଣଙ୍କ ସମ୍ପର୍କୀୟଙ୍କୁ ଷ୍ଟେସନ୍ ଛାଡିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ୍ କରିବାକୁ ପଡିବ । ଯଦି ଆପଣ ଟିକେଟ୍ କରୁନାହାନ୍ତି ତାହେଲେ କେବଳ ଯାତ୍ରୀ ପ୍ଲାଟଫର୍ମ ଭିତରକୁ ଯାଇପାରିବେ । ଏତ ଥିଲା ରାଜଧାନୀ ଦିଲ୍ଲୀର କଥା, ଏବେ ମୁମ୍ବାଇ କଥା ଜାଣନ୍ତୁ… ମୁମ୍ବାଇରେ ପ୍ଲାଟଫର୍ମ ଟିକେଟକୁ ୫ଗୁଣା କରିଦିଆଯାଇଛି । ଅର୍ଥାତ୍ ଏଠାରେ ୧୦ଟଙ୍କା ବଦଳରେ ଲୋକଙ୍କୁ ୫୦ଟଙ୍କା ଦେବାକୁ ପଡିବ ।
ବଢିଲା ଟ୍ରେନ୍ ଭଡା : 
ଯାତ୍ରୀଙ୍କ ପାଇଁ ମହଙ୍ଗା ହୋଇଛି ଟ୍ରେନ୍ ଭଡା । ପ୍ଲାଟଫର୍ମ ଟିକେଟ୍ ୫ଗୁଣା ହେବା ସହ ଟ୍ରେନ୍ ଭଡାକୁ ମଧ୍ୟ ବୃଦ୍ଧି କରାଯାଇଛି । ଯଦି ଆପଣ ଦିଲ୍ଲୀରୁ ଗାଜିଆବାଦ୍ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ୧୦ଟଙ୍କା ଯାଗାରେ ୩୦ଟଙ୍କା ଦେବାକୁ ପଡିବ ।
ତେବେ ପେଟ୍ରୋଲ ଡିଜେଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ଏବେ ଟ୍ରେନ୍ ଯାତ୍ରା ମହଙ୍ଗା ହେବା ଲୋକଙ୍କ ପକେଟ୍ ଉପରେ ବଡ ପ୍ରଭାବ ପକାଇବ । ସେପଟେ କିଛି ଲୋକ ଟ୍ରେନ୍ ଭଡା ମହଙ୍ଗା ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଲେ ଆଉ କିଛି ଲୋକ ଏହାକୁ ସ୍ୱାଗତ କରିଛନ୍ତି । କହିଛନ୍ତି ସରକାରଙ୍କ ଏହି ନିସ୍ପତ୍ତିରେ ରାଜସ୍ୱ ବୃଦ୍ଧି ହେବ । ଏବଂ ରେଳବାୟୀ କ୍ଷେତ୍ରରେ ଅହୁରି ଉନ୍ନତି ଘଟିବ