କନକ ବ୍ୟୁରୋ : ଭାରତୀୟ ରେଳବାଇ ଦୁନିଆର ଚତୁର୍ଥ ବୃହତମ ରେଳବାଇ ଅଟେ । ପ୍ରତିଦିନ ରେଳବାଇ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକୃତ ହୁଅନ୍ତି । ନିଜର ଲକ୍ଷସ୍ଥଳକୁ ଯାଇଥାନ୍ତି । ତେବେ ଜାଣିଛନ୍ତି କି ପୂର୍ବରୁ କେମିତି ଥିଲା ଭାରତୀୟ ରେଳବାଇର ବ୍ୟବସ୍ଥା?

Advertisment

ପୂର୍ବରୁ ଭାରତୀୟ ରେଳବାଇର ନାଁ ଥିଲା ‘ଗ୍ରେଟ୍ ପେନିନସୁଲର ରେଲୱେ’ ଏହା ପରେ ୧୯୫୧ରେ ଏହାର ନାଁ ପରିବର୍ତ୍ତନ କରାଯାଇ ଇଣ୍ଡିଆନ୍ ରେଲୱେ ବା ଭାରତୀୟ ରେଳବାଇ ନାମରେ ନାମକରଣ କରାଗଲା । ଭାରତୀୟ ରେଳବାଇ ପାଖରେ ପାଖାପାଖି ୧.୬ଲକ୍ଷ କିମିର ରେଳ ଲାଇନ୍ ରହିଛି । ଏହାତ ଥିଲା ଭାରତୀୟ ରେଳବାଇର ନାମକରଣ କଥା ଏବେ ଜାଣିବା ଭାରତୀୟ ରେଳବାଇରେ ପୂର୍ବରୁ କେମିତି ସୁବିଧା ମିଳୁଥିଲା ।

ପ୍ରଥମେ ପ୍ରଥମେ ରେଳବାଇରେ ଘୋଡାର ବ୍ୟବହାର ହେଉଥିଲା । ୧୮୭୪ ମେ ମାସ ୯ତାରିଖରେ ହାଓଡାରେ ଟ୍ରେନ୍ ଚଳାଚଳ ପାଇଁ ଘୋଡାର ବ୍ୟବହାର ହେଉଥିଲା । ପରେ ରେଳ ଚଳାଚଳ ପାଇଁ ବିଜୁଳି, ଡିଜେଲ୍ ଏବଂ କୋଇଲା ବ୍ୟବହାର ହେବାରେ ଲାଗିଲା । ଯାହା ଫଳରେ ଟ୍ରେନର ଗତି ବଢିବାରେ ଲାଗିଲା । ବର୍ତ୍ତମାନ ଭାରତୀୟ ରେଳବାଇରେ ଅନେକ ଉନ୍ନତି ଘଟିଲାଣି । ଯେଉଁଠି ଦିନେ ଆରମ୍ଭରୁ ରେଳବାଇ ଘୋଡାର ବ୍ୟବହାର କରୁଥିଲା । ଆଜି ଏହା ଦୁନିଆର ୪ର୍ଥ ବୃବତ୍ତମ ରେଳବାଇ ଭାବେ ପରିଗଣିତ ହେଉଛି