ଭାରତୀୟ ରେଳବାଇକୁ ମିଳିଲା ସବୁଠାରୁ ଦ୍ରୁତତମ ଇଞ୍ଜିନ ! ଏଣିକି କମ୍ ହେବ ଆପଣଙ୍କ ଯାତ୍ରା ସମୟ ।

48

ଭାରତୀୟ ରେଳବାଇକୁ ବର୍ତ୍ତମାନର ସବୁଠାରୁ ଦ୍ରୁତତମ ଇଞ୍ଜିନ ମିଳିଛି । ଚିତରଞ୍ଜନ ଲୋକୋମୋଟିବ୍ ୱାର୍କର୍ସ (ସିଏଲଡବ୍ଲୁ) ଭାରତୀୟ ରେଳବାଇକୁ ଏହି ଇଞ୍ଜିନ ହସ୍ତାନ୍ତର କରିଛି । ଅନୁମାନ କରାଯାଉଛି, ଏହି ଇଞ୍ଜିନ ୨୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଗତି କରିପାରିବ । କେବଳ ଏତିକି ନୁହେଁ ଡବ୍ଲୁଏପି ୫ ମୋଡିଫାଏଡ ଏହି ଇଞ୍ଜିନରେ ଡ୍ରାଇଭରଙ୍କ ଆରାମଦାୟକ ଏବଂ ସୁରକ୍ଷା ସୁବିଧା ମଧ୍ୟ ରହିଛି । ପ୍ରଥମ ଇଞ୍ଜିନ ଗାଜିଆବାଦକୁ ପଠାଯାଇଥିବା ଜଣାପଡିଛି ।

ରାଜଧାନୀ ଏକ୍ସପ୍ରେସ, ଗତିମାନ ଏକ୍ସପ୍ରେସ ଏବଂ ଶତାବ୍ଦୀ ଏକ୍ସପ୍ରେସ ଭଳି ଟ୍ରେନ ଗୁଡିକରେ ଏହି ଇଞ୍ଜିନ ବ୍ୟବହାର କରାଯିବା ନେଇ ଆଶା କରାଯାଉଛି । ନୂଆ ଇଞ୍ଜିନ ବ୍ୟବହାର ଦ୍ୱାରା ଯାତ୍ରୀମାନେ ଲାଭ ପାଇବେ । ଯାତ୍ରୀ ମାନଙ୍କର ଯାତ୍ରା ସମୟ ହ୍ରାସ ଘଟିବ ।

ସିଏଲଡବ୍ଲୁର ପବ୍ଲିକ ରିଲେସନ୍ ଅଫିସର ମନ୍ତର ସିଂହ କହିଛନ୍ତି ଯେ, ଇଞ୍ଜିନକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ, ୨୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କଲେ ମଧ୍ୟ ଅଧିକ ଭାଇବ୍ରେସନ ହେବ ନାହିଁ । ନୂଆ ଇଞ୍ଜିନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଯାହାକି ଡ୍ରାଇଭରଙ୍କ ସହ କଥାବାର୍ତ୍ତାକୁ ୯୦ ଦିନ ପର୍ଯ୍ୟନ୍ତ ରେକର୍ଡ କରି ରଖିବ । ଏହି ଇଞ୍ଜିନ ବ୍ୟବହାର ଦ୍ୱାରା ଅଧିକ ବିଦ୍ୟୁତ ମଧ୍ୟ ଅପଚୟ ହେବ ନାହିଁ । ଏହି ଇଞ୍ଜିନକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।