କନକ ବୁରୋ: ଭାରତ ଏପରି ଏକ ରେଲୱେ ବ୍ରିିଜ ନିର୍ମାଣ କରୁଛି ଯାହା ବିଶ୍ୱର ଆଉ କେଉଁଠି ନାହିଁ । କାରଣ ଏହା ହେବାକୁ ଯାଉଛି ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଦୁର୍ଗମ ଇଲାକାରେ ରେଳ ଯୋଗାଯୋଗ ସହଜ କରିବାକୁ ନିର୍ମାଣ ହେଉଛି ଏହି ସୁଉଚ୍ଚ ରେଲୱେ ବ୍ରିଜ୍ । ଏଥିପାଇଁ ଭାରତୀୟ ନର୍ଥ-ଇଷ୍ଟ ଫ୍ରଣ୍ଟିୟର ରେଲୱେ ଜୋନ୍ ମଣିପୁରରେ ନିର୍ମାଣ କରୁଛି ଏପରି ଅଦ୍ୱିତୀୟ ବ୍ରିଜ୍ ।
ଏହି ବ୍ରିଜ୍ ହେବ ସାରା ବିଶ୍ୱରେ ଭାରତର ଏକ କିର୍ତ୍ତୀମାନ । ଏହାଦ୍ୱାରା ପୂବୋତ୍ତର ରାଜ୍ୟର ସମୃଦ୍ଧି ହେବ ।ଏହି ବ୍ରିଜର ଉଚ୍ଚତା ୧୪୧ ମିଟର । ଏହା ଏବେକାର ସୁଉଚ୍ଚ ରେଲୱେ ବ୍ରିଜ୍ ଯାହା ୟୁରୋପରେ ଥିବା(୧୩୯ ମିଟର) ରେଲୱେ ବ୍ରିଜଠାରୁ ଦୁଇ ମିଟର ଅଧିକ ଉଚ୍ଚ । ଏହାର ଲମ୍ବ ରହିଛି ୭୦୩ ମିଟର । ଏହାକୁ ପୂର୍ବୋତ୍ତର ୫ଟି ରାଜ୍ୟସହ ଯୋଡିବାକୁ ୪୫ଟି ସୁଡଙ୍ଗ ଖୋଳାଯିବ । ଏହା ନିର୍ମାଣ କରିବାକୁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।ଏହା ନିର୍ମାଣ ହେଲେ ଅରୁଣାଚଳ ପ୍ରଦେଶ, ଆସାମ, ତ୍ରିପୁରାକୁ - ମଣିପୁର, ମିଜୋରାମ, ମେଘାଳୟ, ସିକ୍କିମ ଓ ନାଗାଲ୍ୟାଣ୍ଡ ସହ ସଂଯୁକ୍ତ କରିବ ।
ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଛି । ପୀୟୁଷ ଗୋୟଲ ରେଳ ମନ୍ତ୍ରୀ ଥିବାବେଳେ ଏହାର ଶିଳାନ୍ୟାସ ହୋଇଥିବାବେଳେ ଏବେ ଏହାର କାର୍ଯ୍ୟ ଜୋରସୋରରେ ଚାଲିଛି । ଏହା ନିର୍ମାଣ ହେଲେ ବିଶ୍ୱରେ ଭାରତ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିବାରେ ସଫଳ ହେବ ।