ଆଜିଠୁ ମେ ୧୭ ପର୍ଯ୍ୟନ୍ତ ଗଡିବନି ୩୧ଟି ଟ୍ରେନ୍ । ତାଲିକା ଜାରି କଲା ଭାରତୀୟ ରେଳବାଇ ।

784

କନକ ବ୍ୟୁରୋ : ସାରାଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଭାରତୀୟ ରେଳବାଇ କ୍ରମାଗତ ଭାବେ ବଡ ସଂଖ୍ୟାରେ ଟ୍ରେନ ଚଳାଚଳ ରଦ୍ଦ କରିଛି । ପୂର୍ବରୁ କେତେକ ରୁଟରେ ଟ୍ରେନ୍ ଚଳାଚଳ ରଦ୍ଦ ହୋଇଥିବା ବେଳେ ଆଜି ପୂର୍ବତଟ ସୀମାନ୍ତ ରେଳବାଇ ପଶ୍ଚିମବଙ୍ଗ ଏବଂ ବିହାର ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନଗୁଡିକୁ ରଦ୍ଦ କରିଛି । ରଦ୍ଦ ହୋଇଥିବା ୩୧ଟି ଟ୍ରେନର ତାଲିକା ଜାରି କରିଛି ଭାରତୀୟ ରେଳବାଇ ।

ଏହି ସବୁ ଟ୍ରେନଗୁଡିକ ଆସନ୍ତା ମେ ମାସ ୧୭ ତାରିଖ ପର୍ଯ୍ୟନ୍ତ ଗଡିବ ନାହିଁ ।